28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା; ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ

ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା; ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ

ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲା । ଭାରତୀୟ କୁସ୍ତି ମହାସଙ୍ଘର ପୂର୍ବତନ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ଦାଖଲ ହେଲା ଚାର୍ଜଫ୍ରେମ । ଏହି ମାମଲାରେ ବ୍ରିଜ ଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ କରିବା ଲାଗି ଦିଲ୍ଲୀ କୋର୍ଟଙ୍କ ନିକଟରେ ଆବଶ୍ୟକୀୟ ତଥ୍ୟ ପ୍ରମାଣ ରହିଛି । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିରୋଧରେ ଆଇପିସି ଧାରା ୩୫୪, ୩୫୪ଏ ଆଧାରରେ ଏହି ଚାର୍ଜଫ୍ରେମ ଫାଇଲ ହୋଇଛି ।

ବ୍ରିଜ ଭୂଷଣଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ୬ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ମାମଲା ରୁଜୁ ହୋଇଥିଲା । ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଏପ୍ରିଲ ୨୬ ତାରିଖରେ ବ୍ରିଜଭୂଷଣ ସିଂଙ୍କ ଏକ ଆବେଦନକୁ କୋର୍ଟ ଖାରଜ କରିଥିଲେ, ଯେଉଁଥିରେ ସେ ଏହି ମାମଲାର ପୁନଃ ଯାଞ୍ଚ କରିବା ଲାଗି କୋର୍ଟଙ୍କ ନିକଟରେ ଅନୁରୋଧ କରିଥିଲେ । ଏପ୍ରିଲ ୧୮ ତାରିଖରେ ବ୍ରିଜଭୂଷଣଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ୨୦୨୨ ସେପ୍ଟେମ୍ବର ୭ ତାରିଖରେ ଏହି ଘଟଣା ଘଟିବା ଦିନ ସେ ଭାରତରେ ନଥିଲେ । ଏନେଇ ଯାଞ୍ଚ କରିବା ଲାଗି କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ । କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking