31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶପ୍ରେମରେ ଧୋକା ପାଇବା ପରେ ଜୀବନ ହାରିଲା ଯୁବକ, ଶେଷରେ ଚିଠିରେ ଲେଖିଲା....

ପ୍ରେମରେ ଧୋକା ପାଇବା ପରେ ଜୀବନ ହାରିଲା ଯୁବକ, ଶେଷରେ ଚିଠିରେ ଲେଖିଲା….

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରେମ କରି ଧୋକା ପାଇବା ପରେ ଜଣେ ଯୁବକ ହୋଟେଲରେ ଜୀବନ ହାରି ଦେଇଛନ୍ତି । ମୃତ ଯୁବକଙ୍କ ନାମ ବିଜୟ ସିଂହ । ଏହି ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ବିଜୟ ସିଂହ ଜଣେ ଯୁବତୀଙ୍କୁ ୫ବର୍ଷ ହେବ ଭଲ ପାଇ ଆସୁଥିଲେ । ଯୁବତୀ ଜଣକ ଏକ ଘରୋଇ ହସ୍ପିଟାଲରେ ନର୍ସ ଥିବା ବେଳେ ବିଜୟ ଅପରେସନ ଥିଏଟରରେ ଜଣେ ଟେକନିସିଆନ ଭାବେ କାମ କରୁଥିଲେ । କିଛିଦିନ ତଳେ କୌଣସି କଥାକୁ ନେଇ ବିଜୟ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ବିଜୟ ରାଗି ଯାଇ ତାଙ୍କ ପ୍ରେମିକାଙ୍କୁ ଚାପୁଡ଼ା ମାରିଥିଲେ । ଏନେଇ ଯୁବତୀ ଥାନାରେ ବିଜୟଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ‘ବିଜୟଙ୍କ ସହିତ ମୁଁ ଲିଭଇନ ରିଲେସନସିପରେ ଥିଲି । କିଛିଦିନ ପୂର୍ବରୁ ମୁଁ ଜାଣିବାକୁ ପାଇଲି ବିଜୟ ବିବାହିତ କିନ୍ତୁ ସେ ମୋତେ ଏକକଥା ଲୁଚାଇଥିଲେ । ଏମିତି କି ତାଙ୍କ ସ୍ତ୍ରୀ ସହିତ ଛାଡ଼ପତ୍ର ବି ହୋଇନାହିଁ । ଏଭଳିସ୍ଥିତିରେ ମୁଁ ବିଜୟ ସହିତ ରହି ପାରିବି ନାହିଁ ।’

ଯୁବତୀଙ୍କ ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଉଭୟଙ୍କ ପରିବାରଲୋକଙ୍କୁ ଡାକିବା ସହିତ ବିଜୟଙ୍କୁ ବୁଝାସୁଝା କରିଥିଲା । ଏହାପରେ ଗତ ବୁଧବାର କୋଏଲା ନଗରସ୍ଥିତ ଏକ ହୋଟେଲରେ ରୁମ ନେଇ ୪୦ଟି କ ଅଚେତ ଇନଜେକସନ ନେଇ ବିଜୟ ଜୀବନ ହାରି ଦେଇଥିଲେ । ଜୀବନ ହାରିବା ପୂର୍ବରୁ ବିଜୟ ଏକ ହାତ ଲେଖା ଚିଠି ଛାଡ଼ିଯାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ ବିଜୟ ସିଂହ ଯାଦବ । ମୋ ସହିତ ଯାହା ହେଲା କିଛି ଭଲ ହେଲାନାହିଁ । ମୋର ୫ବର୍ଷ ତୁ ନଷ୍ଟ କରି ଦେଇଛୁ । ମୁଁ ଯେଉଁ ପଦକ୍ଷେପ ଉଠାଇବାକୁ ଯାଉଛି ସେଥିପାଇଁ ମୋତେ ସମସ୍ତେ କ୍ଷମା କରିଦେବ କାରଣ ମୁଁ ମୋ ଜୀବନରେ ହାରି ଯାଇଛି । ମୋର ମୃତଦେହ ଆଶିଷ ଭାଇଙ୍କୁ ଛାଡ଼ି ଆଉ କାହାରିକୁ ଦେବନାହିଁ । ଭାଇ ମୃତଦେହ ତୁମକୁ ହସ୍ତାନ୍ତର ହେଲା ପରେ ମୋର ଅନୁରୋଧ କାହାରିକୁ ଦେଖିବାକୁ ଦେବ ନାହିଁ । ମୋର ପ୍ରମିକା ଯେମିତି ମୋର ଗୋଟିଏ ବି ଝଲକ ନପାଉ ଏହା ମୋର ତୁମକୁ ଅନୁରୋଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking