28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶମାଆର ଗଳାକାଟି ହତ୍ୟା କଲା ପୁଅ; କଟା ମୁଣ୍ଡ ଧରି ଫେରାର

ମାଆର ଗଳାକାଟି ହତ୍ୟା କଲା ପୁଅ; କଟା ମୁଣ୍ଡ ଧରି ଫେରାର

ଲକ୍ଷ୍ନୌ: କୁହାଯାଏ ମାଆ ପୁଅର ସମ୍ପର୍କ ସବୁଠାରୁ ପବିତ୍ର ସମ୍ପର୍କ । ମାଆ ନିଜ ପିଲାଙ୍କ ପାଇଁ ଯମ ସହ ଲଢିବାକୁ ମଧ୍ୟ ପଛାଏ ନାହିଁ । କିନ୍ତୁ ଜଣେ ଜନ୍ମକଲା ପୁଅ ସାମାନ୍ୟ ଜମି ପାଇଁ ନିଜ ମାଆକୁ ହତ୍ୟା କରି ଯମ ପାଖକୁ ପଠାଇ ଦେଇଛି । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ସୀତାପୁରରେ । ଯେଉଁଠି ଜଣେ ପୁଅ ନିଜ ମାଆର ଗଳା କାଟି ନିର୍ମମ ଭାବେ ହତ୍ୟା କରିବା ସହ ମାଆର କଟା ମୁଣ୍ଡକୁ ଧରି ଫେରାର ହୋଇଯାଇଥିଲା । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ମିର୍ଜାପୁର ପୋଲିସ ଷ୍ଟେସନ ପରିସରରେ ରହୁଥିବା ହାର୍ଦ୍ଦିକଙ୍କ ପତ୍ନୀ କମଳା ଦେବୀ (୬୫) ଶନିବାର ସକାଳେ ଛେଳି ଚରାଇବାକୁ ଯାଇଥିଲେ ।

ଏହି ସମୟରେ ଜମି ବିବାଦକୁ ନେଇ ପ୍ରଥମ ସ୍ୱାମୀଙ୍କ ପୁଅ ଦୀନେଶ ଗୋଟିଏ ଖଣ୍ଡାରେ ତାଙ୍କୁ ଗଳା କାଟି ହତ୍ୟା କରିଥିଲା । କେବଳ ଏତିକି ନୁହେଁ ସେ ନିଜ ମାଆର ମୁଣ୍ଡ ଗଣ୍ଡି ଅଲଗା କରି କଟା ମୁଣ୍ଡକୁ ଧରି ଦୌଡି ପଳାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅତିରିକ୍ତ ପୋଲିସ ଅଧିକ୍ଷକ ଦକ୍ଷିଣ ଏନପି ସିଂ, ଲାହରପୁର ସିଓ ଯାଦବେନ୍ଦ୍ର ଯାଦବ, ତଲାଗାଁ ଏସଏସଆଇ ସତୀଶ ଚନ୍ଦ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ । ତଦନ୍ତ ପରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତ ହତ୍ୟାକାରୀକୁ ଗିରଫ କରିବାକୁ କୁହାଯାଇଥିଲା । ପୋଲିସର ବହୁ ଉଦ୍ୟମ ପରେ ଅଭିଯୁକ୍ତ ପୁଅକୁ କଟା ମୁଣ୍ଡ ସହିତ ଗାଁ ବାହାରେ ଥିବା ଏକ ବଗିଚାରୁ ଗିରଫ କରାଯାଇଥିଲା । ମୃତକଙ୍କ ଦ୍ୱିତୀୟ ପୁତ୍ର କମଲେଶଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ସିଓ ଯାଦବେନ୍ଦ୍ର ଯାଦବ କହିଛନ୍ତି । ମାତୃହନ୍ତା ପୁଅକୁ ଗିରଫ କରାଯାଇଛି । ତେବେ କମଳା ଦେବୀ ପ୍ରଥମେ ହାର୍ଦ୍ଦିକଙ୍କୁ ବିବାହ କରିଥିଲେ ।

ହାର୍ଦ୍ଦିକଙ୍କ ମୃତ୍ୟୁ ପରେ ଏହି ଜମି ଦୀନେଶ ଏବଂ କମଳା ଦେବୀଙ୍କ ନାଁରେ ହୋଇଥିଲା । ପରେ କମଳା ଦେବୀ ତାଙ୍କ ଦିଅର ଛତ୍ରପାଲଙ୍କୁ ବିବାହ କରିଥିଲେ । ଦୀନେଶ ତାଙ୍କ ପିତାଙ୍କ ୬ଟି ବଡ ଜମି ଫେରସ୍ତ କରିବାକୁ କମଳାଙ୍କୁ ଅନେକ ଥର କହିଥିଲେ । କିନ୍ତୁ କମଳା ଦେବୀ ଜମି ଦେଇନଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରତିଦିନ ବିବାଦ ଲାଗି ରହୁଥିଲା । ଏହା ପୂର୍ବରୁ ଦୀନେଶ ତାଙ୍କ ମାଆଙ୍କ ସହ ଅନେକ ଥର ମାରପିଟ ମଧ୍ୟ କରିଥିଲେ । ଏସପି ଚକ୍ରେଶ ମିଶ୍ର କହିଛନ୍ତି, “ଦୀନେଶ ଓ ତାଙ୍କ ମାଆଙ୍କ ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିଲା । ଏହି କାରଣରୁ ଦୀନେଶ ତାଙ୍କ ମାଆଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ । ଅଭିଯୁକ୍ତ ଦୀନେଶକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking