35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକଂଗ୍ରେସର ଆନିମେଟେଡ୍ ଭିଡିଓ ପ୍ରସଙ୍ଗ; ନଡ୍ଡା, ଅମିତ୍ ମାଲବ୍ୟଙ୍କ ବିରୋଧରେ ମାମଲା

କଂଗ୍ରେସର ଆନିମେଟେଡ୍ ଭିଡିଓ ପ୍ରସଙ୍ଗ; ନଡ୍ଡା, ଅମିତ୍ ମାଲବ୍ୟଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆଇଟି ମୁଖ୍ୟ ଅମିତ୍ ମାଲବ୍ୟ ଓ କର୍ଣ୍ଣାଟକ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ରଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅନ୍ତର୍ଗତ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । କଂଗ୍ରେସ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ରିପୋର୍ଟ ଅନୁସାରେ କଂଗ୍ରେସକୁ ଭୋଟ୍ ନଦେବା ପାଇଁ ଏସ୍‌ସି ଓ ଏସ୍‌ଟି ସଂପ୍ରଦାୟର ଭୋଟରଙ୍କୁ ଉସୁକାଇବା ଅଭିଯୋଗ ପୂର୍ବକ କଂଗ୍ରେସ ଏମାନଙ୍କ ବିରୋଧରେ ମାମଲା ରୁଜୁୂ କରାଇଛି ।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଜନପ୍ରତିନିଧି ଆଇନ୍ ଓ ଆଇପିସ ଧାରା ୫୦୫(୨) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି, ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆଇଟି ମୁଖ୍ୟ ଅମିତ୍ ମାଲବ୍ୟ ଓ କର୍ଣ୍ଣାଟକ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏମାନେ ଜାଣିଶୁଣି ନିର୍ବାଚନ ସମୟରେ ନିର୍ଦ୍ଦିଷ୍ଟ ବର୍ଗର ଭୋଟରମାନଙ୍କୁୂ କଂଗ୍ରେସ ପ୍ରତି ବିମୁଖ କରିବା ଉଦ୍ଦେଶ୍ୟରେ ହୀନ ରାଜନୀତି କରିଥିବା କଂଗ୍ରେସ ଅଭିଯୋଗ କରିଛି । ପ୍ରକାଶ, କଂଗ୍ରେସକୁ କଟାକ୍ଷ କରିବା ଭଳି ଏକ ଆନିମେଟେଡ୍ ଭିଡିଓକୁ ପ୍ରଦେଶ ବିଜେପି ପକ୍ଷରୁ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଗତ ୪ ତାରିଖରେ ଅପଲୋଡ୍ କରାଯାଇଥିଲା । ତେବେ ଏହି ଭିଡିଓରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆନିମେସନ୍ ସାଙ୍ଗକୁ ଏସ୍‌ସି, ଏସ୍‌ଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ଗୋଟିଏ ବସାରେ ଅଣ୍ଡା ଭାବେ ଚିତ୍ରିତ କରାଯାଇଥିବାର ଦେଖିବାକୁ ମିଳିଛି । ଉକ୍ତ ବସାରେ ରାହୁଲ ଗାନ୍ଧୀ, ମୁସଲିମ୍ ଲେଖାଯାଇଥିବା ଗୋଟିଏ ବଡ଼ ଅଣ୍ଡାକୁ ରଖୁଥିବା ବେଳେ ଏହି ଅଣ୍ଡାରୁ ବାହାରିଥିବା ପକ୍ଷୀଙ୍କୁ ରାହୁଲ୍ ଫଣ୍ଡ୍ ଖୁଆଉଥିବା ବେଳେ ଅନ୍ୟ ସଂପ୍ରଦାୟର ଲୋକ କେବଳ ଭକୁଆ ଭଳି ଚାହିଁ ରହିଥିବାର ଦେଖିବାକୁ ମିଳିଛି । ଶେଷରେ ମୁସିଲମ୍ ଅଣ୍ଡାରୁ ଫୁଟିଥିବା ଛୁଆ ପରେ ଅନ୍ୟ ଏସ୍‌ସି, ଏସ୍‌ଟି ଓ ଓବିସି ସଂପ୍ରଦାୟର ଲୋକଙ୍କୁ ଗୋଇଠା ମାରି ବସାରୁ ବିଦା କରି ଦେଉଥିବା ଭିଡିଓରେ ଦୃଶ୍ୟାୟିତ ହୋଇଥିବା ଦେଖିବାକୁ ମିଳୁଛି ।
ତେବେ ବିଜେପି ଉଦ୍ଦେଶ୍ୟମୂଳକ ଭାବେ ଏପ୍ରକାର ଭିଡିଓ ପ୍ରସ୍ତୁତ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିବା ପୂର୍ବକ ସମାଜରେ ବିଦ୍ୱେଷ ଓ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଥିବା କଂଗ୍ରେସ ଅଭିଯୋଗ କରିଛି । ଏଥିସହ କର୍ଣ୍ଣାଟା ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏସମ୍ପର୍କରେ ଅବଗତ କରାଇଛି । ପ୍ରକାଶ, ବିଜେପିର ଏହି ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜୟେନ୍ଦ୍ର ଓ କର୍ଣ୍ଣାଟକ ବିଜେପିର ସୋସିଆଲ ମିଡିଆ ଇନ୍‌ଚାର୍ଜଙ୍କ ନିର୍ଦ୍ଦେଶରେ ଏହି ଆକାଉଣ୍ଟକୁ ଅମିତ୍ ମାଲବ୍ୟ ପରିଚାଳନା କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking