25.8 C
Bhubaneswar
Saturday, July 27, 2024
Homeଖେଳଟି-୨୦ ବିଶ୍ୱକପ୍ ୨୦୨୪; ଦ୍ୱିତୀୟ ସେମିଫାଇନାଲ୍‌ରେ ରିଜର୍ଭ ଡେ ନାହିଁ

ଟି-୨୦ ବିଶ୍ୱକପ୍ ୨୦୨୪; ଦ୍ୱିତୀୟ ସେମିଫାଇନାଲ୍‌ରେ ରିଜର୍ଭ ଡେ ନାହିଁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍‌ସିଲ୍ (ଆଇସିସି) ଆସନ୍ତା ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ୍ ପାଇଁ ରିଜର୍ଭ ଡେ’ ରଖିନାହିଁ । ଯଦିଓ ପ୍ରଥମ ସେମିଫାଇନାଲ୍ ପାଇଁ ରିଜର୍ଭ ଡେ’ ରହିଛି । କ୍ରିକ୍‌ବଜ୍ ରିପୋର୍ଟରୁ ଏହା ଜଣାପଡ଼ିଛି । ଏହା ଅନୁସାରେ ଦ୍ୱିତୀୟ ସେମିଫାଇନାଲ୍‌ରେ ଟିମ୍ ଇଣ୍ଡିଆର ଖେଳିବା ସମ୍ଭାବନା ଯଥେଷ୍ଟ । ଏପରି ସ୍ଥିତିରେ ରିଜର୍ଭ ଡେ ନରହିବା ଭାରତୀୟ ଟିମ୍ ପାଇଁ ଭଲ ଖବର ନୁହେଁ । ଅବଶ୍ୟ ଆଇସିସି ମ୍ୟାଚ୍ ପାଇଁ ରିଜର୍ଭ ଡେ’ ପରିବର୍ତ୍ତେ ସେହି ଦିନ ମ୍ୟାଚ୍ ଶେଷ କରିବା ନିମନ୍ତେ ୪ ଘଣ୍ଟା ୧୦ ମିନିଟ୍‌ର ଅତିରିକ୍ତ ସମୟ ନିର୍ଦ୍ଧାରିତ କରିଛି । ଏହାର ଏକ ବଡ଼ କାରଣ ହେଉଛି, ଦ୍ୱିତୀୟ ସେମିଫାଇନାଲ୍ ଜୁନ୍ ୨୭ରେ ହେବାକୁ ଥିବାବେଳେ ଗୋଟିଏ ଦିନ ପରେ ଜୁନ୍ ୨୯ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ରିଜର୍ଭ ଡେ’ ରଖାଗଲେ ଟିମ୍ ବହୁତ ଥକିଯିବ ଏବଂ ପରବର୍ତ୍ତୀ ଦିନ ଫାଇନାଲ୍ ଖେଳିବା ଠିକ୍ ହେବନାହିଁ । ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଗାଏନାରେ ଖେଳାଯିବ । ସେହିପରି ପ୍ରଥମ ସେମିଫାଇନାଲ୍ ତ୍ରିନିଦାଦ୍ ଓ ଫାଇନାଲ୍ ମ୍ୟାଚ୍ ବାର୍ବାଡୋସ୍‌ରେ ଆୟୋଜିତ ହେବ । ପ୍ରଥମ ସେମିଫାଇନାଲ୍ ଜୁନ୍ ୨୬ରେ ସ୍ଥାନୀୟ ସମୟାନୁସାରେ ରାତି ୮.୩୦ରେ (ଭାରତୀୟ ସମୟାନୁସାରେ ପରବର୍ତ୍ତୀ ଦିନ ସକାଳ ୬ଟା) ଆରମ୍ଭ ହେବ । ୨୭ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍ ସକାଳ ୧୦.୩୦ରେ (ଭାରତୀୟ ସମୟାନୁସାରେ ରାତି ୮.୩୦) ଖେଳାଯିବ । ଯଦି ବର୍ଷା କାରଣରୁ ମ୍ୟାଚ୍ ବାତିଲ ହୁଏ, ତେବେ ପଏଣ୍ଟ୍ ଟେବଲ୍ (ସୁପର୍ ୮) ଶୀର୍ଷରେ ଥିବା ଟିମ୍ ଫାଇନାଲ୍ ଖେଳିବ । ଅବଶ୍ୟ ମ୍ୟାଚ୍ ଖେଳିବାର ବିଲକୁଲ୍ ସମ୍ଭାବନା ନଥିବା ବେଳେ ଏହା ବାତିଲ କରାଯିବ । ଏହା ଉପରେ ଅମ୍ପାୟାର୍ ହିଁ ନିଷ୍ପତ୍ତି ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking