ଭୁବନେଶ୍ୱର: ମଙ୍ଗଳବାରଠାରୁ ଉଜ୍ବେକିସ୍ତାନର ତାସ୍କେଣ୍ଟଠାରେ ସେଣ୍ଟ୍ରାଲ୍ ଏସିଆନ୍ ହ୍ୟାଣ୍ଡ୍ବଲ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଛି । ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଭାରତୀୟ ପୁରୁଷ ଟିମ୍ରେ ପ୍ରତିବାନ୍ ଓଡ଼ିଆ ଖେଳାଳି ଆର୍ଯ୍ୟନ୍ ବ୍ରାହ୍ମିନ୍ ସ୍ଥାନ ପାଇଛନ୍ତି । ଭୁବନେଶ୍ୱରର ଆର୍ଯ୍ୟନ୍ ୨୦୧୮ରୁ ଜାତୀୟ ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ଗତବର୍ଷ ଅକ୍ଟୋବରରେ ପୁରୁଷ ଅଲିମ୍ପିକ୍ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ୍ ଖେଳିବା ପାଇଁ ଆର୍ଯ୍ୟନ୍ ଦୋହା ଯାଇଥିଲେ । ଭାରତୀୟ ଟିମ୍ରେ ସାମିଲ ହୋଇଥିବାରୁ ଓଡ଼ିଶା ହ୍ୟାଣ୍ଡ୍ବଲ୍ ସଂଘ ସାଧାରଣ ସମ୍ପାଦକ ଇଂ ମାନସ କୁମାର ସିଂ, ସଭାପତି ବିପ୍ଳବ ଚୌଧୁରୀ, କୋଷାଧ୍ୟକ୍ଷ ସିତେନ୍ଦ୍ରନାଥ ଦାସ ଓ ଭୁବନେଶ୍ୱର ହ୍ୟାଣ୍ଡବଲ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଆର୍ଯ୍ୟନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।