ଢାକା: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆସନ୍ତା ମାସରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ମଙ୍ଗଳବାର ୧୫ ଜଣିଆ ବାଂଲାଦେଶ ଟିମ୍ ଘୋଷଣା ହୋଇଛି । ଅଷ୍ଟ୍ରେଲିଆରେ ଆୟୋଜିତ ୨୦୨୨ରେ ସାମିଲ ହୋଇନଥିବା ଭେଟେରାନ୍ ବ୍ୟାଟର୍ ମହମୁଦୁଲ୍ଲାହଙ୍କ ଟିମ୍ରେ ପ୍ରତ୍ୟାବର୍ତ୍ତନ ଘଟିଥିବା ବେଳେ ଆହତ ତାସ୍କିନ୍ ଅହମଦ୍ଙ୍କୁ ମଧ୍ୟ ସାମିଲ କରାଯାଇଛି । ନଜମୁଲ୍ ହୋସେନ୍ ଶାଣ୍ଟୋଙ୍କୁ ଟିମ୍ର କ୍ୟାପ୍ଟେନ୍ ନିଯୁକ୍ତ କରାଯାଇଥିବା ବେଳେ ତାସ୍କିନ୍ଙ୍କୁ ତାଙ୍କ ଡେପୁଟି କରାଯାଇଛି । ହାସନ୍ ମହମୁଦ ଓ ଅଫିଫ୍ ହୋସେନ୍ଙ୍କୁ ରିଜର୍ଭ ଖେଳାଳି ରଖାଯାଇଛି । ସେପ୍ଟେମ୍ବର ୨୦୨୨ରୁ ଟି-୨୦ ଟିମ୍ ବାହାରେ ଥିବା ୩୮ ବର୍ଷୀୟ ମହମୁଦାଲ୍ଲାହ ମାର୍ଚ୍ଚରେ ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ୍ରେ ଟିମ୍କୁ ଫେରିଥିଲେ । ଫଳସ୍ୱରୂପ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ରେ ଟିମ୍ର ଜଣେ ନିୟମିତ ଖେଳାଳି ଭାବେ ସ୍ଥାନ ପାଇଥିଲେ । ଟିମ୍ର ପେସ୍ ବାହିନୀରେ ମୁସ୍ତାଫିଜୁର୍ ରହମନ୍, ଶୋରିଫୁଲ୍ ଇସ୍ଲାମ, ତାସ୍କିନ୍ଙ୍କ ବୋଲିଂ ଅଲ୍ରାଉଣ୍ଡର୍ ତାଞ୍ଜିମ୍ ସାକିବ୍ ସ୍ଥାନ ପାଇଛନ୍ତି । ଟିମ୍ରେ ତିନିଜଣ ସ୍ପେଶାଲିଷ୍ଟ୍ ସ୍ପିନର୍ ମେହେଦୀ ହସନ୍, ତନ୍ବୀର ଇସ୍ଲାମ୍ ଓ ରିଶଦ ହୋସେନ୍ଙ୍କ ସହ ଅଭିଜ୍ଞ ସାକିବ୍ ଅଲ୍ ହସନ୍ ମଧ୍ୟ ରହିଛନ୍ତି ।
ବାଂଲାଦେଶ ବିଶ୍ୱକପ୍ ଟିମ୍: ନଜମୁଲ୍ ହୋସେନ୍ ଶାଣ୍ଟୋ (କ୍ୟାପ୍ଟେନ୍), ତନ୍ଜିମ୍ ହସନ୍ ତମିମ୍, ଲିଟନ ଦାସ, ସାକିବ୍ ଅଲ୍ ହସନ୍, ତୋହିଦ୍ ହ୍ରିଦୋୟ, ମହମୁଦୁଲ୍ଲାହ, ସୌମ୍ୟ ସରକାର, ଜାକେର ଅଲି, ମେହେଦୀ ହସନ୍, ତାସ୍କିନ୍ ଅହମଦ, ତନ୍ବୀର ଇସ୍ଲାମ, ରିଶଦ ହୋସେନ୍, ମୁସ୍ତାଫିଜର୍ ରହମାନ୍, ଶୋରିଫୁଲ୍ ଇସ୍ଲାମ, ତନ୍ଜିଦ ହସନ୍ ସାକିବ ।