36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଜରୁରି ବୈଠକ ପରେ ସେନାବାହିନୀକୁ ପୁତିନ୍‌ଙ୍କ ନିର୍ଦ୍ଦେଶ; ପରମାଣୁ ଯୁଦ୍ଧ୍ୟାଭ୍ୟାସ ଆରମ୍ଭ କର

ଜରୁରି ବୈଠକ ପରେ ସେନାବାହିନୀକୁ ପୁତିନ୍‌ଙ୍କ ନିର୍ଦ୍ଦେଶ; ପରମାଣୁ ଯୁଦ୍ଧ୍ୟାଭ୍ୟାସ ଆରମ୍ଭ କର

ମସ୍କୋ: ରୁଷ୍‌-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ୨୬ ମାସରୁ ଅଧିକ ସମୟ ଅତିକ୍ରମ କରିସାରିଛି । ତେବେ ବର୍ତ୍ତମାନର ପରିସ୍ଥିତି ଏବଂ ଦୁଇ ଦେଶ ମଧ୍ୟରେ ରହିଥିବା ସାମ୍ପ୍ରତିକ ଆଭିମୁଖ୍ୟକୁ ଦେଖିଲେ ନିକଟ ଭବିଷ୍ୟତରେ ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ । ତେବେ ଏସବୁ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ନିଜ ସେନା ବାହିନୀକୁ ପରମାଣୁ ଯୁଦ୍ଧ୍ୟାଭ୍ୟାସ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଚି । ପୁତିନ୍‌, ନିଜର କିଛି ବରିଷ୍ଠ ସାମରିକ ଅଧିକାରୀଙ୍କ ସହ ଗୁପ୍ତ ବୈଠକ ତଥା ଆଲୋଚନା କରିବା ପରେ ପରେ ପରମାଣୁ ଅସ୍ତ୍ରଶସ୍ତ୍ରର ଅଭ୍ୟାସ କରିବାକୁ ରୁଷିଆର ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ପୁଟିନ୍ ପରମାଣୁ ଯୁଦ୍ଧ ମୁହାଁ ହୋଇଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୟୁକ୍ରେନ ସୀମାରେ ନିୟୋଜିତ ସେନାବାହିନୀଙ୍କୁ ରାଷ୍ଟ୍ରପତି ପୁତିନ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁସାରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଦର୍ଶାଇଛି ଯେ, ଏଣିକି ସାମରିକ ଅଭ୍ୟାସ କାଳରେ ଆଣବିକ ଅସ୍ତ୍ରକୁ ମଧ୍ୟ ଅନ୍ତର୍ଭୂକ୍ତ କରାଯିବ । ଏହି ଅସ୍ତ୍ରଗୁଡିକ ସହିତ କିପରି ଯୁଦ୍ଧ ପ୍ରସ୍ତୁତି କରାଯାଇପାରିବ ଏବଂ ସେଗୁଡିକୁ କିପରି ଫରୱାର୍ଡ ଅଞ୍ଚଳରେ ନିୟୋଜିତ କରାଯାଇପାରିବ ସେନେଇ ସୈନ୍ୟମାନଙ୍କୁ ତାଲିମ ପ୍ରଦାନ କରାଯିବ । ମନ୍ତ୍ରଣାଳୟ କହିଛି ବାୟୁସେନା ଏବଂ ନୌବାହିନୀ ଏହି ଅଭ୍ୟାସରେ ଅଂଶଗ୍ରହଣ କରିବେ ଏବଂ ଏଥିରେ ୟୁକ୍ରେନ ସୀମାନ୍ତରେ ଥିବା ଦକ୍ଷିଣ ମିଲିଟାରୀ ଜିଲ୍ଲାର ସୈନ୍ୟ ମଧ୍ୟ ଯୋଗଦେବେ ।
ସୂଚନାଯୋଗ୍ୟ, ୟୁକ୍ରେନ୍ ସହ ଯୁଦ୍ଧ ମଧ୍ୟରେ ରୁଷ୍‌ରେ ଅନୁଷ୍ଠିତ ହୋଇଯାଇଥିବା ସାଧାରଣ ନିର୍ବାଚନରେ ପୁତିନ୍‌ଙ୍କ ଦଳ ପୁନର୍ବାର ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ପୁତିନ୍ ପୁନର୍ବାର ରୁଷ୍‌ର ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏଥିରୁ ପୁତିନ୍‌ଙ୍କ ପ୍ରତି ରୁଷ୍‌ବାସୀଙ୍କ ସମର୍ଥନ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । ତେବେ ନିର୍ବାଚନରେ ବିଜୟକୁ ନେଇ ପୁତିନ୍ ଏବଂ ତାଙ୍କ ଦଳ ବେଶ୍ ଉତ୍ସାହୀ ହୋଇପଡିଛି । ୟୁୂକ୍ରେନ୍ ସହ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ଦ୍ୱାରା ରୁୂଷବାସୀଙ୍କ ଆକ୍ରେଶର ଶିକାର ହେବାକୁ ପଡିପାରେ ବୋଲି ପୁତିନ୍ ବିବେଚନା କରୁଛନ୍ତି । ସୁତରାଂ ପୁତିନ୍ ଏବେ ୟୁକ୍ରେନ୍ ସହ ଯୁଦ୍ଧକୁ ଏବେ ଅନ୍ତିମ ପରିଣତି ପର୍ଯ୍ୟନ୍ତ ନେବାକୁ ଚାହୁଁଥାଇପାରନ୍ତି । ହୁଏତ ଏହି କାରଣରୁ ସେ ଏବେ ନିଜ ସେନାକୁ ଆଣବିକ ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ଅନୁମାନ କରାଯାଉଛି । ପ୍ରକାଶ, ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ପୁତିନ୍ ଅନେକ ଥର ଆଣବିକ ଅସ୍ତ୍ର ସମ୍ବନ୍ଧରେ ବିବୃତ୍ତି ଦେଇଆସିଛନ୍ତି । ବିଶେଷକରି ପୁତିିନ ୟୁକ୍ରେନକୁ ସାହାଯ୍ୟ କରୁଥିବା ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନଙ୍କୁ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ନେଇ ଅନେକ ଥର ଧମକ ଦେଇଛନ୍ତି । ଏସବୁ ମଧ୍ୟରେ ରୁଷ୍ ସେନା କହିଛି ଯେ, ଦେଶର ଅଖଣ୍ଡତା ଏବଂ ଏକତା ରକ୍ଷା କରିବାକୁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛୁ । ପାଶ୍ଚାତ୍ୟ ରାଷ୍ଟ୍ର ସମୂହଙ୍କ ଯୋଗୁ ରୁଷ୍ ପ୍ରତି ସୃଷ୍ଟି ହୋଇଥିବା ବିପଦଜନିତ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ସ୍ତରରେ ପ୍ରସ୍ତୁତି ଆବଶ୍ୟକ । ତେବେ ଏଭଳି ପରିସ୍ଥିତିରେ ରୁଷ୍ ସେନା ପରମାଣୁ ଅସ୍ତ୍ରଶସ୍ତ୍ର ଅଭ୍ୟାସ କରିବାକୁ ଯାଉଥିବା ବେଳେ ବିଶ୍ୱସ୍ତରରେ ଆଣବିକ ଯୁଦ୍ଧର ସଙ୍କଟର କଳାବାଦଲ ଘନୀଭୂତ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking