36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପୁଣି ମହାକାଶ ଅଭିମୁଖେ ସୁନୀତା ୱିଲିୟମ୍ସ; ଆଜି ଭରିବେ ଉଡ଼ାଣ

ପୁଣି ମହାକାଶ ଅଭିମୁଖେ ସୁନୀତା ୱିଲିୟମ୍ସ; ଆଜି ଭରିବେ ଉଡ଼ାଣ

ୱାଶିଂଟନ୍‌: ପୁଣିଥରେ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ କ୍ୟାପ୍‌ଟେନ ସୁନୀତା ୱିଲିୟମ୍ସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇସାରିଥିବା ବେଳେ ଆସନ୍ତାକାଲି ମହାକାଶ ଅଭିମୁଖେ ସେ ନିଜ ଉଡାଣ ଭରିବେ ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ତୃତୀୟ ଥର ପାଇଁ ମହାକାଶ ଅଭିମୁଖେ ଉଡ଼ାଣ ଭରିବେ ସୁନୀତା ୱିଲିୟମ୍ସ । ଏଥର ତାଙ୍କ ସହ ଅନ୍ୟତମ ମହାକାଶଚାରୀ ଭାବେ ବଚ୍ ୱିଲମୋର ମଧ୍ୟ ମହାକାଶ ଯାତ୍ରା କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଉଭୟ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର, ଜଣେ ଜଣେ ଅଭିଜ୍ଞ ନାସା ମହାକାଶଚାରୀ । ଉଭୟ ଆସନ୍ତାକାଲି କେନେଡ଼ି ସ୍ପେଶ୍ ସେଣ୍ଟରରୁ ୟୁନାଇଟେଡ୍ ଲଞ୍ଚ ଆଲାଏନ୍ସ ଆଟଲାସ୍ ଭି ରକେଟ୍ ଏବଂ ବୋଇଙ୍ଗ ଷ୍ଟାରଲିନର୍ ମହାକାଶଯାନ ଯୋଗେ ମହାକାଶ ଅଭିମୁଖେ ଉଡାଣ ଭରିବେ । ନାସା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଆସନ୍ତାକାଲି ସକାଳ ୮ଟା ୪ ମିନିଟ୍‌ରେ ଏହି ମହାକାଶଯାନ ଉତ୍‌କ୍ଷେପଣ ହେବ । ପ୍ରକାଶ, ଭାରତୀୟ ନାଗରିକ ଡ. ଦୀପକ ପାଣ୍ଡ୍ୟା ଏବଂ ବୋନି ପାଣ୍ଡ୍ୟାଙ୍କ ଝିଅ ହେଉଛନ୍ତି ସୁନୀତା ୱିଲିୟମ୍ସ । ସୁନୀତାଙ୍କୁ ବର୍ତ୍ତମାନ ୫୯ ବର୍ଷ । ଏହାପୂର୍ବରୁ ସୁନୀତା ୨୦୦୬ ଏବଂ ୨୦୧୨ରେ ଦୁଇଥର ମହାକାଶକୁ ଯାତ୍ରା କରି ସାରିଛନ୍ତି । ନାସା ରିପୋର୍ଟ ଅନୁସାରେ, ସେ ଏଥର ମହାକାଶରେ ମୋଟ ୩୨୨ ଦିନ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking