35.1 C
Bhubaneswar
Sunday, May 19, 2024
Homeଓଡିଶାଜିନିଷ କିଣିବା ବାହାନାରେ ଆସି ଦୋକାନରେ ବୁଲାଇଲେ କଳାକନା

ଜିନିଷ କିଣିବା ବାହାନାରେ ଆସି ଦୋକାନରେ ବୁଲାଇଲେ କଳାକନା

ଭୁବନେଶ୍ୱର : ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ ରୋଡ଼ଠାରେ ଥିବା ରେବା ଗାର୍ମେଣ୍ଟ ନାମକ ଦୋକାନ ଆଗରେ ଏକ ଧଳା ରଙ୍ଗରେ କାର୍‌ ରହିଥିଲା। ଏହି କାର୍‌ରୁ ଜଣେ ମହିଳା ଓ ଜଣେ ପୁରୁଷ ବାହାରିଥିଲେ। ମହିଳା ଜଣଙ୍କ ପ୍ରଥମେ ଦୋକାନ ଭିତରକୁ ପ୍ରବେଶ କରିଥିଲେ। ଦୋକାନୀକୁ ଜିନିଷ ଦେଖିବାକୁ ଡାକିଥିଲେ। ଏହି ସମୟରେ ଜଣେ ପୁରୁଷ ସେହି କାର୍‌ରୁ ଓହ୍ଲାଇ ଦୋକାନ ଭିତରେ ପଶିଥିଲେ। ପରେ କାଉଣ୍ଟର ଡ୍ର ଖୋଲା ରହିଥିବ ମଉକା ଦେଖି ସେଥିରେ ଥିବା ଟଙ୍କା ବିଡ଼ା ନେଇ ଚମ୍ପଟ ମାରିଥିଲେ। ଏହି ଲୁଟ୍‌ର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏନେଇ ଦୋକାନୀ ଜଣଙ୍କ ବରଗଡ଼ ଥାନରେ ଅଭିଯୋଗ କରିଛନ୍ତି। ସିସିଟିଭିରୁ ବର୍ତ୍ତିବା ପାଇଁ ଲୁଟେରା ଜଣଙ୍କ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଛି।ପୁଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking