35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଫାରୁକ୍‌ଙ୍କ ବିବାଦୀୟ ମନ୍ତବ୍ୟ; ପାକିସ୍ତାନ ବି ଆଣବିକ ଆକ୍ରମଣ କରିପାରେ

ଫାରୁକ୍‌ଙ୍କ ବିବାଦୀୟ ମନ୍ତବ୍ୟ; ପାକିସ୍ତାନ ବି ଆଣବିକ ଆକ୍ରମଣ କରିପାରେ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏକ ବିବୃତ୍ତିର ଜବାବ ଦେବାକୁ ଯାଇ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ମୁଖ୍ୟ ଫାରୁକ୍ ଅବଦ୍ଦୁଲ୍ଲା ଆଜି ବିବାଦୀୟ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । ଫାରୁକ୍‌ଙ୍କ କହିବାନୁସାରେ “କେବଳ ଭାରତ ପାଖରେ ଯେ, ଆଣବିକ ଅସ୍ତ୍ର ଅଛି ବୋଲି ଯଦି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଭାବୁଥାନ୍ତି ତେବେ ଏହା ତାଙ୍କର ମସ୍ତବଡ଼ ଭୁଲ୍ । ପାକିସ୍ତାନ ପାଖରେ ବି ଆଣବିକ ଅସ୍ତ୍ର ରହିଛି, ପାକିସ୍ତାନ ମଧ୍ୟ ଯେକୌଣସି ମୁହୂର୍ତ୍ତରେ ଭାରତ ଉପରେ ଆଣବିକ ଆକ୍ରମଣ କରିପାରେ । ପାକିସ୍ତାନ ଚୁଡି ପିନ୍ଧିନି ଯେ, ଭାରତ ଉପରେ ଆକ୍ରମଣ କରିବାକୁ ଭୟ କରିବ । ପିଓକେ ଦଖଲ ପାଇଁ ଭାରତର ସାମାନ୍ୟତମ ଭୁଲ୍ ପଦକ୍ଷେପ, ଭାରତକୁ ମହଙ୍ଗା ପଡ଼ିପାରେ । ଏଦିଗରେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ସଚେତନ ରହିବା ଜରୁରି ।”
ଦିନକ ପୂର୍ବେ ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ, ପାକିସ୍ତାନ ଦଖଲରେ ଥିବା କାଶ୍ମୀର (ପିଓକେ) ଉପରେ ଭାରତ କେବେ ହେଲେ ନିଜ ଦାବି ଛାଡିବ ନାହିଁ । ତେବେ ପିଓକେକୁ ବଳପୂର୍ବକ କାବୁ କରିବାର କୌଣସି ଆବଶ୍ୟକତା ନାହିଁ, କାରଣ କାଶ୍ମୀରରେ ବିକାଶ ଦେଖିବା ପରେ ପିଓକେବାସୀ ସ୍ୱତଃପ୍ରବୃତ୍ତ ଭାବେ ଭାରତ ସହ ଯୋଡିହେବାକୁ ଚାହୁଁଛନ୍ତି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପ୍ରକାର ବିବୃତ୍ତି ଉପରେ କାଶ୍ମୀରୀ ନେତାଙ୍କ ଏପ୍ରକାର ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ କହିଥିଲେ ଯେ, “ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି ଏବଂ ଆଗକୁ ମଧ୍ୟ ରହିବ । ଭାରତୀୟ ସଂସଦର ଏକ ସଂକଳ୍ପ ରହିଛି ଯେଉଁଥିରେ ଦର୍ଶାଯାଇଛି ଯେ ପିଓକେ ଦେଶର ଏକ ଅଂଶ ଭାବେ ଦର୍ଶାଯାଇଛି । ତେବେ ପାକିସ୍ତାନର ଲୋକେ ପିଓକେକୁ ଭୁଲିବା ଆରମ୍ଭ କରିଥିବା ବେଳେ ଏହା ବର୍ତ୍ତମାନ ଭାରତୀୟ ନାଗରିକଙ୍କ ଚେତନାରେ ଫେରି ଆସିଛି ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking