31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ୩ୟ ପର୍ଯ୍ୟାୟ ନିର୍ବାଚନ, ୬୧% ମତଦାନ

ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ୩ୟ ପର୍ଯ୍ୟାୟ ନିର୍ବାଚନ, ୬୧% ମତଦାନ

ନୂଆଦିଲ୍ଲୀ: ଅଳ୍ପ କିଛି ଛୋଟମୋଟ ହିଂସାକୁ ଛାଡ଼ିଦେଲେ ୩ୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ସନ୍ଧ୍ୟା ୭ଟା ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ୬୧ ପ୍ରତିଶତ ମତଦାନ ହୋଇଛି । ସବୁଠାରୁ ଅଧିକ ମତଦାନ ଆସାମ ଓ ପଶ୍ଚିମବଙ୍ଗରେ ହୋଇଛି । ଆସାମରେ ୭୫.୦୧ ପ୍ରତିଶତ ମତଦାନ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶତ ମତଦାନ ହୋଇଛି ।

ବିହାରରେ ୫୬.୫୦ ପ୍ରତିଶତ, ଛତିଶଗଡ଼ରେ ୬୬.୯୪ ପ୍ରତିଶତ, ଗୋଆରେ ୭୪.୦୦ ପ୍ରତିଶତ, ଗୁଜରାଟରେ ୫୬.୧୨ ପ୍ରତିଶତ, କର୍ଣ୍ଣାଟକରେ ୬୬.୭୧ ପ୍ରତିଶତ, ମଧ୍ୟପ୍ରଦେଶରେ ୬୨.୭୧ ପ୍ରତିଶତ, ମହାରାଷ୍ଟ୍ରରେ ୫୩.୯୫ ପ୍ରତିଶତ, ଉତ୍ତରପ୍ରଦେଶରେ ୫୭.୦୩ ପ୍ରତିଶତ । ଦାଦ୍ରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉରେ ୬୫.୨୩ ପ୍ରତିଶତ ମତଦାନ ହୋଇଛି ।

ତୃତୀୟ ପର୍ଯ୍ୟାୟରେ ଯେଉଁ ୯୪ଟି ଆସନରେ ନିର୍ବାଚନ ହୋଇଥିଲା, ସେଥିରେ ବିଜେପିର ସ୍ଥିତି ସୁଦୃଢ଼ ରହିଛି । ୨୦୧୯ରେ ବିଜେପି ୭୨ଟି ଆସନରେ ବିଜୟୀ ହୋଇଥିଲା । ତୃତୀୟ ପର୍ଯ୍ୟାୟରେ ଗୁଜରାଟର ସମସ୍ତ ୨୬ଟି ଆସନ ପାଇଁ ମତଦାନ ହୋଇଥିଲା । କର୍ଣ୍ଣାଟକର ୧୪ଟି ଆସନରେ ତୃତୀୟ ପର୍ଯ୍ୟାୟରେ ମତଦାନ ହୋଇଥିଲା । ତୃତୀୟ ପର୍ଯ୍ୟାୟରେ ମହାରାଷ୍ଟ୍ରର ୪୮ଟି ଆସନମଧ୍ୟରୁ ୧୧ଟିରେ ମତଦାନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking