31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପରୀକ୍ଷାରେ ଫେଲ ହେବାରୁ ଜନ୍ମିତ ଝିଅର ଜୀବନ ନେଲା ମାଆ

ପରୀକ୍ଷାରେ ଫେଲ ହେବାରୁ ଜନ୍ମିତ ଝିଅର ଜୀବନ ନେଲା ମାଆ

ବେଙ୍ଗାଲୁରୁ: ପରୀକ୍ଷା ଫଳାଫଳକୁ ନେଇ ନିଜ ଜନ୍ମିତ ଝିଅର ଜୀବନ ନେଲା ମାଆ । ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ନିକଟବର୍ତ୍ତୀ ବନଶଙ୍କରୀ ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ । ପିୟୁସି (ପ୍ରି- ୟୁନିଭର୍ସିଟି କୋର୍ସ) ପରୀକ୍ଷାରେ ଝିଅ ଫେଲ ହେବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିବା ବେଳେ ଝିଅକୁ ହତ୍ୟା କରିଛି ମାଆ । ଅନ୍ୟପଟେ ମାଆ ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ମାଆଙ୍କ ନାଁରେ ମାମଲା ଦାୟର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଶାସ୍ତ୍ରୀନଗର ଅଞ୍ଚଳରେ ୬୦ ବର୍ଷାୟୀ ପଦ୍ମଜା ତାଙ୍କର ୧୬ ବର୍ଷୀୟା ଝିଅ ସହିତି ସହ ଗୋଟିଏ ଘରେ ରହୁଥିଲେ । କିଛି ଦିନ ତଳେ ସହିତିର ପିୟୁସି (ପ୍ରି- ୟୁନିଭର୍ସିଟି କୋର୍ସ) ରେଜଲ୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ସହିତି ଫେଲ ହୋଇଯାଇଥିଲେ । ଯାହାକୁ ନେଇ ମା ପଦ୍ମଜା ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ ମାଆ ଝିଅଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ଲାଗି ରହୁଥିଲା । ତେବେ ସୋମବାର ସନ୍ଧ୍ୟା ପାଖାପାଖି ୭ଟା ସମୟରେ ଏହି ଘଟଣାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା । ଶେଷରେ ଏହା ଉଗ୍ର ରୂପ ଧାରଣ କରିଥିଲା ।

କ୍ରୋଧାନ୍ୱିତ ହୋଇ ଉଭୟ ଉଭୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ମାଆର ଛୁରାମାଡରେ ସହିତିର ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ପଦ୍ମଜାଙ୍କ ଉପରକୁ ସାହିତି ଆକ୍ରମଣ କରିଥିବା ବେଳେ ପଦ୍ମଜାଙ୍କ ଶରୀରରେ ପାଖାପାଖି ୪ରୁ ୫ ଟି କ୍ଷତ ସ୍ଥାନ ଥିବା ଦେଖିବାକୁ ମିଳିଛି । ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି । କର୍ଣ୍ଣାଟକ ଦକ୍ଷୀଣ ଡିଭିଜନ ଡିସିପି ଲୋକେଶ ଭାରମପ୍ପା ଜଗଲସରଙ୍କ କହିଛନ୍ତି ଯେ, ରେଜଲ୍ଟ ଯୋଗୁଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିବା ବେଳେ ଉଭୟ ଉଭୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ମାଆର ଆକ୍ରମଣରେ ଝିଅର ମୃତ୍ୟୁ ହୋଇଥିବା ବେଳେ ଝିଅର ଆକ୍ରମଣରେ ମାଆ ଗୁରୁତର ଆହତ ହୋଇଛନ୍ତି । ମାଆ ପଦ୍ମଜାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି ଓ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking