29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକେବଳ କୋଭିସିଲ୍ଡ ନୁହେଁ, କୋଭାକ୍ସିନରେ ବି ରହିଛି ପାର୍ଶ୍ୱପ୍ରତିକ୍ରିୟା !

କେବଳ କୋଭିସିଲ୍ଡ ନୁହେଁ, କୋଭାକ୍ସିନରେ ବି ରହିଛି ପାର୍ଶ୍ୱପ୍ରତିକ୍ରିୟା !

ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲୋକମାନେ କରୋନା ଟୀକା ନେଇଥିଲେ, କିନ୍ତୁ ନିକଟରେ ଯେତେବେଳେ ଲୋକମାନେ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଲୋକମାନଙ୍କର ଚିନ୍ତା ବଢିଯାଇଥିଲା । ଏବେ କୋଭାକ୍ସିନର କେତେକ ପାର୍ଶ୍ୱପ୍ରତିକ୍ରିୟା ସଂପର୍କରେ ଜଣାପଡ଼ିଛି । କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା କମ୍ପାନି ଆଷ୍ଟ୍ରାଜେନେକା କିଛି ଦିନ ତଳେ କୋର୍ଟରେ ସ୍ୱୀକାର କରିଥିଲା ଯେ ସେମାନଙ୍କ ଟିକା ଗୁରୁତର ରୋଗ ସୃଷ୍ଟି କରିପାରେ । ଏବେ ଭାରତରେ ନିର୍ମିତ ଭାରତ ବାୟୋଟେକ୍ କମ୍ପାନିର ‘କୋଭାକ୍ସିନ୍‌’ର ପାର୍ଶ୍ୱ ପ୍ରତିକ୍ରିୟା କୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି ।

ଏହି ରିପୋର୍ଟରେ ଦାବି କରାଯାଇଛି ଯେ କୋଭାକ୍ସିନ ନେବାର ୧ ବର୍ଷ ପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଲୋକଙ୍କ ଠାରେ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଏହି ଗବେଷଣା ସମ୍ପୂର୍ଣ୍ଣ କରିବା ପାଇଁ ୧୦୨୪ ଜଣଙ୍କୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୬୩୫ ଜଣ ନାବାଳକ ଥିବା ବେଳେ ୩୯୧ ଜଣ ଯୁବକ ଅଛନ୍ତି । ସମସ୍ତଙ୍କୁ କୋଭାକ୍ସିନ ଦିଆଯାଇଥିଲା ଏବଂ ତଦାରଖ କରାଯାଇଥିଲା । ୩୦୪ କିଶୋର (୪୮%) ଙ୍କ ଠାରେ ଭାଇରାଲ ଅପର ରେସ୍ପିରେଟୋରି ଟ୍ରାକ୍ ସଂକ୍ରମଣ ଦେଖିବାକୁ ମିଳିଥିଲା । ୧୨୪ ଜଣ ଯୁବକଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଏହି ଗବେଷଣାରେ ମହିଳାଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ମାତ୍ର ୧ ପ୍ରତିଶତ ଲୋକଙ୍କ ଶରୀରରେ ଗୁରୁତର ପ୍ରାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking