31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପୂର୍ବ-ରଫାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ ଇସ୍ରାଏଲ; ସ୍ଥାନାନ୍ତରିତ ହେଲେ ଲକ୍ଷାଧିକ ଲୋକ

ପୂର୍ବ-ରଫାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ ଇସ୍ରାଏଲ; ସ୍ଥାନାନ୍ତରିତ ହେଲେ ଲକ୍ଷାଧିକ ଲୋକ

ଇସ୍ରାଏଲ: ଉତ୍ତର ଗାଜାରେ ପ୍ରଚଣ୍ଡ ଆକ୍ରମଣ ପରେ ଏବେ ଇଜିପ୍ଟ ସୀମାନ୍ତ ଗାଜାର ପୂର୍ବ-ରଫା କ୍ଷେତ୍ରରେ ମଧ୍ୟ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଛି ଇସ୍ରାଏଲ ସେନା । ଏଭଳି ସ୍ଥିତିରେ ଅପରେସନ ଆରମ୍ଭ ହେବା ପୂର୍ବରୁ ଇସ୍ରାଏଲ ସେନା ସ୍ଥାନୀୟ ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ନିବେଦନ କରିଛି । ପାଲେଷ୍ଟାଇନ ନିୟନ୍ତ୍ରଣାଧୀନ ‘ହମାସ’ ଆତଙ୍କବାଦୀ ଗୋଷ୍ଠୀ ପୂର୍ବ-ରଫା ନିକଟବର୍ତ୍ତୀ କେରେମ ଶାଲୋମ କ୍ରସିଂ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ତିନିଜଣ ଇସ୍ରାଏଲ ସୈନିକ ନିହତ ହୋଇଥିଲେ ।

ଯାହା ପରେ ଇସ୍ରାଏଲ୍ ପକ୍ଷରୁ ଜବାବି ହମଲା ପାଇଁ ପ୍ରସ୍ତୁତି ଚାଲିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) କହିଛି ଯେ, ରାଫାରେ ଏହି ଆକ୍ରମଣ ସୀମିତ ଢଙ୍ଗରେ କରାଯିବ । ଗାଜାର ଅନ୍ୟସ୍ଥାନ ପରି ବ୍ୟାପକ ତଥା ପ୍ରଚଣ୍ଡ ଆକ୍ରମଣ ହେବନି । ଏହା କେବଳ ଗ୍ରାଉଣ୍ଡ ଅପରେସନରେ ସୀମିତ ରହିବ । ‘ହମାସ’ ଆକ୍ରମଣରେ ସେନା ଯବାନ ଶହୀଦ ହେବା ପରେ ଇସ୍ରାଏଲ ପକ୍ଷରୁ ଚେକପଏଣ୍ଟକୁ ବନ୍ଦ କରା ଯାଇଥିଲା । ଗାଜା ଯୁଦ୍ଧ ପ୍ରସଙ୍ଗରେ ଆଉ ଏକ ପର୍ଯ୍ୟାୟର ପରୋକ୍ଷ ଆଲୋଚନା ଗତକାଲି (ରବିବାର) ଇଜିପ୍ଟ ରାଜଧାନୀ କାଇରୋରେ ଶେଷ ହୋଇଛି । ଏଥିରେ ହମାସର ପ୍ରତିନିଧୀମାନେ ସେମାନଙ୍କ ଉଚ୍ଚପଦସ୍ତ ନେତୃତ୍ୱଙ୍କ ସହିତ ପରାମର୍ଶ କରିବାକୁ କାତାର ଯାଇଥିବା ସୂଚନା ମିଳିଛି । ହେଲେ ହମାସ ବିରୋଧରେ ଗ୍ରାଉଣ୍ଡ ଅପରେସନ ବନ୍ଦ ହେବ ନାହିଁ ବୋଲି କହିସାରିଥିବା ଇସ୍ରାଏଲ ଏବେ ପୂର୍ବ ରଫାରେ ଅପରେସନ ଆରମ୍ଭ କରିବାକୁ ଯାଉଛି ।

ଆଜି କିମ୍ବା କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ । ବିଭିନ୍ନ ସନ୍ଦିଗ୍ଧ ଆତଙ୍କୀ ଠିକଣାରେ ଆକ୍ରମଣ କରିବା ପାଇଁ ଇସ୍ରାଏଲ ସେନା ପ୍ରସ୍ତୁତି ଜାରି ରଖିଛି । ଗତବର୍ଷ ଅକ୍ଟୋବରରେ ଗାଜାରୁ ନିୟନ୍ତ୍ରଣ ହେଉଥିବା ‘ହମାସ’ ଆକଙ୍କୀ ଗୋଷ୍ଠୀ ପ୍ରଥମେ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିବା ପରେ ପାଲଟା ଜବାବରେ ଇସ୍ରାଏଲ ଗାଜାପଟ୍ଟି ଉପରେ ଭୟଙ୍କର ଆକ୍ରମଣ କରିଥିଲା । ଇସ୍ରାଏଲର ଆକ୍ରମଣ ସାଙ୍ଗକୁ ଗାଜାରେ ଉତ୍କଟ ମାନବୀୟ ସଙ୍କଟ ଜାରି ରହିଛି । ଏବେ ବିଭିନ୍ନ ଶରଣାର୍ଥୀ କ୍ୟାମ୍ପରେ ହଜାର ହଜାର ଗାଜାବାସୀ ଶରଣ ନେଇଛନ୍ତି । ପ୍ରାୟ ୩୦ ହଜାର ପାଲେଷ୍ଟାନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଆକଳନ କରୁଛନ୍ତି । ତଥାପି ଜାତିସଂଘ ଓ ଅନ୍ୟାନ୍ୟ ଦେଶଙ୍କ ଚେତାବନୀ ସତ୍ତ୍ୱେ ମଧ୍ୟ ଇସ୍ରାଏଲ ସାମରିକ ଅପରେସନ ବନ୍ଦ ହେବନି ବୋଲି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking