31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପାକିସ୍ତାନରେ କ୍ଷୀର ଦର ଆକାଶଛୁଆଁ; ଲିଟର ପିଛା ୨୧୦ ଟଙ୍କା

ପାକିସ୍ତାନରେ କ୍ଷୀର ଦର ଆକାଶଛୁଆଁ; ଲିଟର ପିଛା ୨୧୦ ଟଙ୍କା

ଇସଲାମବାଦ: ଦେବାଳିଆ ସ୍ଥିତିରେ ପାକିସ୍ତାନ । ଦେଶରେ ମହଙ୍ଗାମାଡ଼ ସବୁ ସୀମା ପାର କରିଛି । ପେଟ୍ରୋଲ ଠାରୁ ବି ମହଙ୍ଗା ହେଲା କ୍ଷୀର ଦର । କରାଚିରେ କ୍ଷୀର ଲିଟର ପିଛା ୨୧୦ ଟଙ୍କା ହୋଇଛି । ପୂର୍ବରୁ ଲିଟର ପିଛା ୧୯୦ ଟଙ୍କା ଥିବା ବେଳେ ଏବେ ୧୦ ଟଙ୍କା ବୃଦ୍ଧି ପାଇ ୨୧୦ ଟଙ୍କାରେ ପହଞ୍ଚିଛି । ଏଆରୱାଇ ନ୍ୟୁଜ ରିପୋର୍ଟ ଅନୁସାରେ ନଗର କମିଶନର ଡାଏରୀ ଫାର୍ମର୍ସ ସଂଘର ଦାବିକୁ ଗ୍ରହଣ କରିବା ସହ ଦର ବୃଦ୍ଧିକୁ ଅନୁମୋଦନ ଦେଇଛି । କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, କ୍ଷୀର ଦାମ ଲିଟର ପିଛା ଚକଜ (ପାକିସ୍ତାନ ମୁଦ୍ରା) ୧୦ ବୃଦ୍ଧି କରାଯାଇଛି । କରାଚିରେ ଥିବା ଦୋକାନ ଗୁଡ଼ିକ ବର୍ତ୍ତମାନ କ୍ଷୀର ଲିଟର ପିଛା ୨୧୦ ଟଙ୍କାରେ ବିକ୍ରି କରୁଛନ୍ତି । ଏଆରୱାଇ ନ୍ୟୁଜ ରିପୋର୍ଟ ଅନୁସାରେ କରାଚିର ମହଙ୍ଗାମାଡ଼ ସହିତ ଗତି କରୁଥିବା ନାଗରିକଙ୍କ ଉପରେ ଲିଟର ପିଛା ଚକଜ ୫୦ ବୃଦ୍ଧି ହେବାର ସମ୍ଭାବନା ନେଇ ପୂର୍ବରୁ କଳ୍ପନାଜଳ୍ପନା କରାଯାଇଥିଲା । କରାଚି ଦୁଗ୍ଧ ଉତ୍ପାଦନକାରୀ ସଂଘର ସଭାପତି ମୁବାଶେର କାଦର ଅବାସି ସୂଚାଇ ଦେଇ କହିଛନ୍ତି, “ଖୁବଶୀଘ୍ର କରାଚିବାସୀଙ୍କ ପାଇଁ ଲିଟର କ୍ଷୀର ପିଛା ଚକଜ ୫୦ ବୃଦ୍ଧି ହେବାର ଆଶା କରାଯାଉଛି ।

ଦୁଗ୍ଧ ଉତ୍ପାଦନର ଅଧିକ ମୂଲ୍ୟ, ଗୋରୁଗାଈ ମୂଲ୍ୟ ବୃଦ୍ଧି ଏବଂ ସରକାରୀ ଅବହେଳା ଯୋଗୁଁ ଏହି ଦର ବୃଦ୍ଧି କରାଯାଇଛି ।” କ୍ଷୀରର ନୂତନ ମୂଲ୍ୟ ସମ୍ପର୍କରେ ତୁରନ୍ତ ବିଜ୍ଞପ୍ତି ଜାରି କରିବାକୁ କରାଚି କମିଶନରଙ୍କ ଜରୁରୀ ଆବଶ୍ୟକତା ଉପରେ ଅବାସି ଗୁରୁତ୍ୱାରୋପ କରିଛନ୍ତି । ଏନେଇ ସେ କହିଛନ୍ତି ଯେ ଯଦି କର୍ତ୍ତୃପକ୍ଷ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କ୍ଷୀର ମୂଲ୍ୟରେ ବୃଦ୍ଧି ଘୋଷଣା ନ କରନ୍ତି, ତେବେ ସଂଘ ପକ୍ଷରୁ ଏହାକୁ ନିଜ ହାତକୁ ନିଆଯିବ ଏବଂ ସମସ୍ତଙ୍କ ସହମତି ପରେ ମୂଲ୍ୟ ବୃଦ୍ଧି କରାଯିବ । କିଛି ରିପୋର୍ଟ ଅନୁସାରେ, ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ହ୍ରାସ ଏବଂ ବିଶ୍ୱସ୍ତରୀୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଯୋଗୁଁ ପାକିସ୍ତାନ ଗତ ଦୁଇ ବର୍ଷ ଧରି ମୁଦ୍ରାସ୍ଫୀତିର ସମ୍ମୁଖୀନ ହୋଇଛି । ଏହା ପ୍ରଥମ ଥର ନୁହେଁ, ଗତ ବର୍ଷ ମଧ୍ୟ ପାକିସ୍ତାନରେ କ୍ଷୀର ଦର ଲିଟର ପିଛା ୨୧୦ ଟଙ୍କାରେ ପହଞ୍ଚିଥିଲା । ଦେଶରେ ଖାଦ୍ୟ ସାମଗ୍ରୀ, ଔଷଧ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶ ଛୁଆଁ ରହିଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking