31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପୋଲିଂ ବୁଥରେ ଟଳିପଡ଼ିଲେ ପ୍ରିଜାଇଡିଂ ଅଫିସର; ଚାଲିଗଲା ଜୀବନ

ପୋଲିଂ ବୁଥରେ ଟଳିପଡ଼ିଲେ ପ୍ରିଜାଇଡିଂ ଅଫିସର; ଚାଲିଗଲା ଜୀବନ

ପାଟନା: ଲୋକସଭା ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିହାରର ୫ଟି ଲୋକସଭା ଆସନରେ ପଡୁଛି ଭୋଟ । ତେବେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପୋଲିଂ ବୁଥରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । କର୍ତ୍ତବ୍ୟ କରିବା ସମୟରେ ଟଳି ପଡିଲେ ପ୍ରିଜାଇଡିଂ ଅଫିସର । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଛି । ମୃକ ବ୍ୟକ୍ତିଙ୍କ ନାମ ଶୈଳେନ୍ଦ୍ର କୁମାର । ବିହାରର ସୁପୋଲରେ ବୁଥ ନମ୍ବର ୧୫୪ରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ହୋଇଛି । ସିଭିଲ ସର୍ଜନ ଡାକ୍ତର ଲଲନ କୁମାର ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁକୁ ସୁନିଶ୍ଚିତ କରିଛନ୍ତି । ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଥିବା ବେଳେ ପ୍ରାଥମିକ ଭାବେ ହୃଦଘାତ ହିଁ ମୃତ୍ୟୁର କାରଣ ବୋଲି କୁହାଯାଇଛି । ମୃତ ଶୈଳେନ୍ଦ୍ର କୁମାର ରତନପୁରର ପିଆରଏଲଏନ ଦ୍ୱାଦଶ ଶ୍ରେଣୀର ଶିକ୍ଷକ ଥିଲେ । ଲୋକସଭା ନିର୍ବଚନ ପାଇଁ ତାଙ୍କୁ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା ।

କୁହାଯାଉଛି ଯେ, ଶୈଳେନ୍ଦ୍ର କୁମାର ସିରାୟଗଡ ଚାନ୍ଦପିପୁର ପଞ୍ଚାୟତର ମନରେଗା ସେଣ୍ଟର ନମ୍ବର ୧୫୪ରେ ସକାଳ ୫ଟା ସମୟରେ କର୍ତ୍ତବ୍ୟ କରୁଥିବା ବେଳେ ହଠାତ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ତାଙ୍କୁ ଶ୍ରୀଘ୍ର ଉଦ୍ଧାର କରି ସରାୟଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁପୋଲ ଲୋକସଭା ନିର୍ବାଚନମଣ୍ଡଳୀର ୬ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୧ ହଜାର ୨୮୪ ଭୋଟର ମତଦାନ କରିବେ । ଏଥିରେ ୩୬ ହଜାର ୩୪୯ ଯୁବକ ଏବଂ ୩୨ ହଜାର ୭୩୬ ଯୁବତୀ ସାମିଲ ହୋଇଛନ୍ତି । ଯାଦବ ଭୋଟରଙ୍କ ସଂଖ୍ୟା ସୁପୋଲ ଲୋକସଭା ଆସନରେ ସର୍ବାଧିକ ରହିଛି । ଏହାପରେ ରହିଛି ମୁସଲିମ ଭୋଟର । ଚଳିତ ଲୋକସଭା ନିର୍ବାଚନରେ ଏନଡିଏ ସହିତ ଇଣ୍ଡିଆ ମେଣ୍ଟର ଟକ୍କର ଚାଲିଛି । ପ୍ରକାଶଥାଉକି, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଜଣେ ସହକାରୀ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ହୋଇଥିଲା । ସେ ଡ୍ୟୁଟିରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ରକ୍ତଚାପ ହ୍ରାସ ପାଇବା ପରେ ତାଙ୍କୁ ତୁରନ୍ତ ଚିଲ୍ଲାକେରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking