28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶନ୍ୟୁଜ କ୍ଲିକ୍ ସମ୍ପାଦକଙ୍କ ଗିରଫଦାରୀ ବେଆଇନ: ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନ୍ୟୁଜ କ୍ଲିକ୍ ସମ୍ପାଦକଙ୍କ ଗିରଫଦାରୀ ବେଆଇନ: ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ନ୍ୟୁଜ ୱେବସାଇଟ ‘ନ୍ୟୁଜ କ୍ଲିକ’ର ସମ୍ପାଦକ ପ୍ରବୀର ପୁରକାୟାସ୍ତଙ୍କ ଗିରଫଦାରୀ ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ପୁରକାୟାସ୍ତଙ୍କ ଗିରଫଦାରୀକୁ ବେଆଇନ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଅବୈଧ । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି ଜଷ୍ଟିସ ବିଆର ଗାଭାଇ ଓ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠରେ ହୋଇଥିଲା । ଏହି ମାମଲାରେ ଖଣ୍ଡପୀଠଙ୍କ ନିକଟରେ ରିମାଣ୍ଡ କପି ପ୍ରଦାନ କରାଯାଇନଥିବା ଏହା ମାମଲାର ବୈଧତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି ବୋଲି କୋର୍ଟ କହିଛନ୍ତି । ଏହା ସହ ଟିପ୍ପଣୀରେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି, ମାମଲାର ଗିରଫଦାରୀ ଆଧାର ସମ୍ପର୍କରେ କୋର୍ଟଙ୍କ ନିକଟରେ ତଦନ୍ତକାରୀ ସଂସ୍ଥା (ଦିଲ୍ଲୀ ପୋଲିସ) କିଛି ସ୍ପଷ୍ଟ ଦଲିଲ ଦାଖଲ କରିନି । ଏହା କାର୍ଯ୍ୟାନୁଷ୍ଠାନକୁ ସିଧା ବେଆଇନ ବୋଲି ଦର୍ଶାଉଛି । ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡ ନିର୍ଦ୍ଦେଶ ମଧ୍ୟ ବୈଧ ନୁହେଁ ।

ଏପ୍ରିଲ ୩୦ ତାରିଖରେ ପୁରକାୟାସ୍ତଙ୍କ ଗିରଫଦାରୀ ପରେ ତାଙ୍କ ଓକିଲଙ୍କୁ ଅବଗତ ନକରି କିମ୍ବା କୌଣସି ଆଇନଗତ ସହାୟତାର ସୁଯୋଗ ନଦେଇ ତରବରିଆ ଭାବେ ମାଝିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ସମ୍ପର୍କରେ ମଧ୍ୟ କୋର୍ଟ ଦିଲ୍ଲୀ ପୋଲିସ ଉପରେ ବର୍ଷିଛନ୍ତି । ଗତବର୍ଷ ଅକ୍ଟୋବରରେ ପୋର୍ଟାଲ ମାଧ୍ୟମରେ ଜାତୀୟ ବିରୋଧୀ ପ୍ରଚାର ପ୍ରସାର ପାଇଁ ଚୀନ୍‌ର ଆର୍ôଥକ ସହାୟତା ନେଇ ଗିରଫ ହେବା ପରେ ପୁରକାୟ ଜେଲରେ ଥିଲେ । ଶୁଣାଣି ସମୟରେ ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ, ପୁରକାୟସ୍ତ ପାଇଁ ହାଜର ହୋଇଥିଲେ ଯେ ତାଙ୍କୁ ଗତବର୍ଷ (୨୦୨୩) ଅକ୍ଟୋବର ୩ ତାରିଖ ସନ୍ଧ୍ୟାରେ ଗିରଫ କରାଯାଇଥିଲା । ପରଦିନ ସକାଳ ୬ ଟାରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ତେବେ ପୁରକାୟସ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲାରେ ପକ୍ଷ ରଖିଥିଲେ । ତାଙ୍କ ଯୁକ୍ତି ଅନୁସାରେ, ଗତବର୍ଷ (୨୦୨୩) ଅକ୍ଟୋବର ୩ ତାରିଖ ସଂଧ୍ୟାରେ ଗିରଫ କରାଯାଇଥିଲା ଓ ପରଦିନ ସକାଳେ ତାଙ୍କୁ ବିନା କୌଣସି ଆଇନଗତ ସହୟତା ସୁଯୋଗ ନଦେଇ ତାଙ୍କୁ ମାଝିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । ଯାହାକୁ ନେଇ କୋର୍ଟ ପୋଲିସ ଉପରେ ବର୍ଷିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking