31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ପତ୍ନୀକୁ ହତ୍ୟା କଲା ସ୍ୱାମୀ

ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ପତ୍ନୀକୁ ହତ୍ୟା କଲା ସ୍ୱାମୀ

ଜବଲପୁର: ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ପତ୍ନୀକୁ ହତ୍ୟା କଲା । ପୁଲିସକୁ ଲୁଟ୍ ବେଳେ ଦୁର୍ବୃତ୍ତ ହତ୍ୟା କରିଥିବା କହିଲା ସ୍ୱାମୀ । ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏଭଳି ଅମାନୁଷିକ ଘଟଣା । ଜଣେ ବ୍ୟକ୍ତି ନିଜ ପତ୍ନୀର ଗଳା କାଟି ହତ୍ୟା କରିବା ସହ ପୁଲିସକୁ କହିଥିଲା ଯେ ଡକାୟତି ସମୟରେ ଦୁର୍ବୃତ୍ତମାନେ ପତ୍ନୀଙ୍କ ଗଳା କାଟିଦେଇଥିଲେ, ଯାହା ଦ୍ୱାରା ତାଙ୍କର ମୃତ୍ୟୁ ହେଲା । ହେଲେ ପରେ ସନ୍ଦେହ ହେବାରୁ ତଦନ୍ତ କରି ପ୍ରକୃତ ସତ ବାହାରକୁ ଆଣିଥିଲା ପୁଲିସ । ସତ ସାମ୍ନାକୁ ଆସିବା ପରେ ଏବେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ।

ଜବଲପୁର ପୁଲିସ ଅଧୀକ୍ଷକ ଆଦିତ୍ୟ ପ୍ରତାପ ସିଂ କହିଛନ୍ତି ଯେ, ଅଭିଯୁକ୍ତ ଶୁଭମ୍ ଚୌଧୁରୀ (୨୬) ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା, ଯାହାକୁ ତାଙ୍କ ପତ୍ନୀ ରେଶମା (୨୫) ବିରୋଧ କରୁଥିଲେ । ଏହା ତାଙ୍କ ହତ୍ୟାର କାରଣ ପାଲଟିଲା । ହତ୍ୟା ପରେ ଶୁଭମ୍ ପୁଲିସକୁ କହିଥିଲା ଯେ ଗତ ଶନିବାର ରାତିରେ ସେ ତାଙ୍କ ପତ୍ନୀଙ୍କ ସହ କାର୍ ଯୋଗେ ଯାଉଥିବାବେଳେ ମାଢ଼ୋତାଲ୍ ଅଞ୍ଚଳରେ ବାଇକରେ ଆସି ଡକାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ ।

ଏହା ପରେ ଡକାୟତମାନେ ରେଶମାଙ୍କ ପର୍ସ ଏବଂ ଅଳଙ୍କାର ଛଡ଼ାଇବାକୁ ଚେଷ୍ଟା କରିଥିଲେ, ଯାହାକୁ ବିରୋଧ କରିଥିଲେ ରେଶମା । ଏହି ସମୟରେ ଡକାୟତମାନେ ତାଙ୍କ ଗଳା କାଟି ଦେଇଥିଲେ । ଶୁଭମ ଏଭଳି ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ହେଲେ ସେଭଳି କୌଣସି ଘଟଣା ଘଟିନଥିବା ଜଣାପଡ଼ିଥିଲା । ସ୍ଥାନୀୟ ଲୋକ ମଧ୍ୟ କିଛି ଜାଣିନଥିବା କହିଥିଲେ । ଏହାପରେ ଶୁଭମକୁ ପୁଲିସ ଷ୍ଟେସନରେ ବସାଇ ପଚରାଉଚରା କରାଯିବାରୁ ସେ ନିଜର ଅପରାଧ ସ୍ୱୀକାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking