29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ମାଲ୍‌ବୋଝେଇ ଟ୍ରକ୍‌, ୬ ମୃତ

ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ମାଲ୍‌ବୋଝେଇ ଟ୍ରକ୍‌, ୬ ମୃତ

ପାଟନା : ବିହାରର ଭାଗଲପୁର ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିବା ଭଳି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ଜାତୀୟ ରାଜପଥ-୮୦ରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନ୍ୟ ୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍ ରିପୋର୍ଟ ଅନୁସାରେ ଏକ ସ୍କର୍ପିଓ ଉପରେ ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିଲା । ଫଳରେ ସ୍କର୍ପିଓରେ ଥିବା ୧୧ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ହିଁ ୬ଜଣ ମୃତ୍ୟୁବରଣ କରିଥିଲେ । ଏମାନେ ସମସ୍ତେ ମୁଙ୍ଗେରର ହବେଲି ଖଡ଼ଗପୁର ଥାନା ଅଧୀନସ୍ଥ ଶ୍ରୀମଦପୁରରେ ଏକ ବିବାହ ଉତ୍ସବରେ ବରଯାତ୍ରୀ ଭାବେ ସାମିଲ ହେବା ପାଇଁ ଯାଉଥିବା ବେଳେ ଏପ୍ରକାର ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସମ୍ପର୍କରେ ପୁଲିସ୍ ସୂଚନା ଦେଇଛି । ଟ୍ରକ୍ ଚକା ଫାଟିଯିବା ଯୋଗୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବା ଏବଂ ଟ୍ରକ୍‌ଟି ସ୍କର୍ପିଓ ଉପରେ ଓଲଟିପଡ଼ିଥିବା ଜଣାପଡିଛି । ପୁଲିସ ଏହି ଦୁର୍ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking