32.1 C
Bhubaneswar
Friday, April 26, 2024
Homeଓଡିଶାଲକ ଡାଉନ ପାଇଁ ପେଟକୁ ମିଳୁନି ମୁଠେ

ଲକ ଡାଉନ ପାଇଁ ପେଟକୁ ମିଳୁନି ମୁଠେ

ଝାରସୁଗୁଡା : କରୋନା କବଳରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଝାରସୁଗୁଡା ସହରକୁ ଲକ ଡାଉନ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ବ୍ରଜରାଜନଗରରକୁ ଲକ ଡାଉନ ଘୋଷାଣ କରିଛନ୍ତି । ଫଳରେ ଏହି ଅଂଚଳରେ ଦୋକାନ ବଜାର, ହୋଟେଲ, ଜଳଖିଆ ଦୋକାନ ତଥା ଲୋକଙ୍କ ଗମନାଗମନ ମଧ୍ୟ ବନ୍ଦ ରହିଛି । କରୋନା ଭାଇରସ ସହ ଏହି ଲଢେଇରେ ଜିଲ୍ଲାବାସୀ ସରକାରଙ୍କ ନିର୍ଦ୍ଦେଶକୁ ମାନି ଲକ ଡାଉନ ପାଳନ କରିବା ସହ ସମସ୍ତେ ନିଜ ନିଜ ଘରେ ରହୁଛନ୍ତି । ହେଲେ ଏହି ସମୟରେ ଝାରସୁଗୁଡା ତଥା ବ୍ରଜରାଜନଗର ଅଂଚଳରେ ଥିବା ଭିକାରୀମାନଙ୍କ ପେଟକୁ ଖାଇବା ମୁଠାଏ ମିଳିବା କଷ୍ଟକର ହୋଇ ପଡିଛି । ଲୋକେ ଯାତାୟତ କରୁ ନଥିବାରୁ ସେମାନଙ୍କୁ ଭିକ ମିଳି ପାରୁ ନାହିଁ ଅନ୍ୟ ପଟେ ହୋଟେଲ ଓ ରାସ୍ତାକଡ ଜଳଖିଆ ଦୋକାନ ସବୁ ବନ୍ଦ ଥିବାରୁ ତାଙ୍କୁ ଖାଇବାକୁ ମିଳି ପାରୁ ନାହିଁ ।
ଏହାସହ ସେମାନଙ୍କ ନିଜର ଘର ନି ଥିବାରୁ ଲକ ଡାଉନ ହେଉ କି ଜନତା କର୍ଫ୍ୟୁ ସେମାନଙ୍କୁ ଖୋଲା ଆକାଶ ତଳେ ରହିବାକୁ ପଡୁଛି । ଏହି ଲକ ଡାଉନ ସମୟରେ ଝାରସୁଗୁଡା ବସଷ୍ଟାଣ୍ଡ ପାଖରେ ନିରୁପାୟ ଭାବରେ ବସିଥିବା ଜଣେ ଭିକାରୀ କହିଛନ୍ତି ପେଟକୁ ଖାଇବା ମିଳିବା କଷ୍ଟକର ହୋଇପଡିଛି । ଭିଖ ମିଳିଲେ ଖାଇବାକୁ ମିଳେ । ହେଲେ ଲକ ଡାଉନ ପାଇଁ ଲୋକେ ଘରୁ ବାହାରୁ ନାହାନ୍ତି ତେଣୁ ସେମାନଙ୍କୁ ଭିକ ମିଳୁ ନାହିଁ । ଏହିପରି ଖାଇବାକୁ ମିଳୁ ନଥିବା ପରିସ୍ଥିତିରେ ସେମାନେ କିପରି ମାସ୍କ ବା ସାନିଟାଇଜର କିଣିବାକୁ ସକ୍ଷମ ହେବେ ବୋଲି କହିଛନ୍ତି । ଝାରସୁଗୁଡା, ବ୍ରଜରାଜନଗର ଅଂଚଳରେ ସମସ୍ତ ହୋଟେଲ, ଦୋକାନ ବଜାର ବନ୍ଦ ଥିବାବେଳେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଥିବା ଆହାର କେନ୍ଦ୍ରକୁ ଛାଡି ଅନ୍ୟସବୁ ବନ୍ଦ ରହିଥିବାରୁ ଏହି ଭିକାରୀ ଓ ଘରହୀନମାନେ ଦିମୁଠା ଖାଇବା ପାଇଁ ବହୁ ଅସୁବିଦାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଏ ବିଷୟରେ ଉପଜିଲ୍ଲପାଳ ଶିବ ଟପ୍ପୋକୁ ପଚାରିବାରୁ କହିଛନ୍ତି ନିଶ୍ଚିତ ଭାବରେ ଲକ ଡାଉନ ସମୟରେ ଏହି ଭିକ୍ଷାବୃତି କରୁଥିବା ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking