27.1 C
Bhubaneswar
Thursday, April 25, 2024
Homeଓଡିଶା୫ଜିଲ୍ଲାରୁ ୧୪ ଜିଲ୍ଲାକୁ ଲକ ଡାଉନ

୫ଜିଲ୍ଲାରୁ ୧୪ ଜିଲ୍ଲାକୁ ଲକ ଡାଉନ

ଭୁବନେଶ୍ୱର: ପୂର୍ବରୁ ୫ଟି ଜିଲ୍ଲା ଓ ୮ଟି ସହରକୁ  ଲକଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଆଜି ରାଜ୍ୟ ସରକାର ଏହି ଲକ୍‌-ଡାଉନ୍‌କୁ ସଂପ୍ରସାରଣ କରି ଆଉ ୯ଟି ଜିଲ୍ଲାକୁ ସାମିଲ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୧୪ଟି ଜିଲ୍ଲାକୁ ଲକ୍‌-ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ ଗଞ୍ଜାମ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଅନୁଗୁଳକୁ ଲକ ଡାଉନ ପାଇଁ ଘୋଷଣା କରିଥିବା ବେଳେ ଆଜି ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାକୁ ଲକ ଡାଉନ ଘୋଷଣା କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ଲାଗି ରାଜ୍ୟ ସରକାର କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ସମସ୍ତ ୧୪ଟି ଜିଲ୍ଲାରେ ଆସନ୍ତାକାଲି ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏ ଏହି କଟକଣା ବଳବତ୍ତର ରହିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଏହି ଲକ୍‌-ଡାଉନ୍‌ ସମୟରେ ପୂର୍ବ ସୂଚନା ଅନୁସାରେ ଜରୁରୀ ସେବା ଅବ୍ୟାହତ ରହିବ । ହସ୍ପିଟାଲ, ବ୍ୟାଙ୍କ, ATM, ପୌର ସେବା, ପୁଲିସ, ଅଗ୍ନିଶମ, ଓଡ୍ରାଫ୍, ପାନୀୟ ଜଳ, ବିଦ୍ୟୁତ ସେବା ଜାରି ରହିବ ।  କେବଳ ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ଲକ୍‌ଡାଉନ୍‌ ନିୟମକୁ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।
https://onakhabar.com/2020/03/23/flights-will-be-closed-from-the-night-of-the-24th/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking