26.1 C
Bhubaneswar
Friday, March 29, 2024
Homeଅପରାଧଗାଡ଼ି ଚଳାଇ ଶିଖିବା ହେଲା କାଳ : ବଡ଼ଭାଇ ମୃତ, ସାନ ଗୁରୁତର

ଗାଡ଼ି ଚଳାଇ ଶିଖିବା ହେଲା କାଳ : ବଡ଼ଭାଇ ମୃତ, ସାନ ଗୁରୁତର

ନୟାଗଡ଼ : ଦୁଇଭାଇଙ୍କ ପାଇଁ କାଳ ହୋଇଛି ଗାଡ଼ି ଚଳାଇବା ଶିଖିବା । ଗାଡ଼ି ଶିଖିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ନାବାଳକ ଦୁଇ ଭାଇଙ୍କ ମଧ୍ୟରୁ ବଡ଼ଭାଇର ମୃତ୍ୟୁ ଘଟିଥିବାବେଳେ ସାନ ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ଗ୍ରାମର ଜଣେ ବ୍ୟକ୍ତି ରରବିବାର କୌଣସି କାରଣରୁ ଗ୍ରାମର ବନମାଳୀ ସାହୁଙ୍କ ଘରକୁ ଯାଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଘର ଭିତରେ ବନମାଳୀଙ୍କ ସହ ଗପସପ କରୁଥିବାବେଳେ ତାଙ୍କ ବାଇକ୍‌ରେ ଚାବି ଲାଗିଥିଲା । ଏହାର ସୁଯୋଗ ନେଇ ବନମାଳୀଙ୍କ ଦୁଇପୁଅ ନାରାୟଣ ସାହୁ(୧୬) ଏବଂ ବିଶ୍ୱନାଥ ସାହୁ(୧୪) ବାଇକ୍ ଶିଖିବା ପାଇଁ ନେଇ ଚାଲି ଯାଇଥିଲେ । ଅନଭିଜ୍ଞତା କାରଣରୁ ସେ ଦୁହେଁ ବାଇକ୍ ନେଇ ନଦୀବନ୍ଧରେ ଯିବା ସମୟରେ ଦ୍ରୁତଗତି ହେତୁ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ବାଇକ୍ ସହ ସେମାନେ ନଦୀବନ୍ଧରେ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଖବରପାଇ ନୟାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ଦୁଇ ନାବାଳକଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଦୁହିଁଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ । ମାତ୍ର ବାଟରେ ନାରାୟଣଙ୍କ ମୃତ୍ୟୁ ଘଟିଥିବାବେଳେ ବିଶ୍ୱନାଥଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking