30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଶର୍କରା ସ୍ତର ବୃଦ୍ଧି ପରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ

ଶର୍କରା ସ୍ତର ବୃଦ୍ଧି ପରେ କେଜ୍ରିୱାଲଙ୍କୁ ଦିଆଗଲା ଇନସୁଲିନ

ନୂଆଦିଲ୍ଲୀ: ଟାଇପ୍-୨ ଡାଇବେଟିସ୍ ରୋଗୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶର୍କରା ସ୍ତର ୩୨୦ କୁ ବୃଦ୍ଧି ପାଇବା ପରେ ତିହାର ଜେଲରେ ତାଙ୍କୁ ଇନସୁଲିନ୍ ଦିଆଯାଇଛି ବୋଲି ଆମ୍ ଆଦମୀ ପାର୍ଟି (ଆପ୍‌) ସୂତ୍ରରୁ ପ୍ରକାଶ ପାଇଛି। ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ଯେ ଜେଲ ପ୍ରଶାସନ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ନିକଟରେ ପ୍ରକାଶିତ କରିଥିବା ବିବୃତି ମିଥ୍ୟା।

ସୂଚନାନୁସାରେ, ଦିଲ୍ଲୀର ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୨୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଜଣେ ମଧୁମେହ ରୋଗୀ ବୋଲି ତାଙ୍କ ଦଳ ଆପ୍‌ ପକ୍ଷରୁ କୁହାଯାଇଥିଲା। ସେ ଜଣେ ଟାଇପ୍‌-୨ ମଧୁମେହ ରୋଗୀ ହୋଇ ମଧ୍ୟ ତାଙ୍କୁ ଜେଲ୍‌ରେ ଇନ୍‌ସୁଲିନ୍‌ ଦିଆଯାଉନାହିଁ ଓ ଜେଲ୍‌ ଭିତରେ ମାରିବାର ଷଡ଼ଯନ୍ତ୍ର ଚାଲିଛି ବୋଲି ତ‌ାଙ୍କ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା।

ଆପ୍‌ ସୁପ୍ରିମୋ ବର୍ତ୍ତମାନ ତିହାର ଜେଲରେ ନ୍ୟାୟିକ ହେପାଜତ ଅଛନ୍ତି। ସୋମବାର କେଜ୍ରିୱାଲ ତିହାର ଜେଲ୍‌ର ଅଧୀକ୍ଷକଙ୍କୁ ଲେଖିଥିବା ଚିଠିରେ ୨୫୦ ରୁ ୩୨୦ ମଧ୍ୟରେ ତାଙ୍କର ଶର୍କରା ବଢ଼ିବା ବିପଜ୍ଜନକ ହୋଇଥିବାରୁ ସେ ଇନସୁଲିନ ପାଇଁ ଅନୁରୋଧ କରିଥିଲେ।

ସେ କହିଥିଲେ ଯେ ରାଜନୈତିକ ଚାପ ଯୋଗୁ ଜେଲ ପ୍ରଶାସନ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମିଛ କହୁଛି। ଏହାପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷ ଗଣମାଧ୍ୟମକୁ କହିଥିଲେ ଯେ ଡାକ୍ତରମାନେ ଶନିବାର ଦିନ ଆପ୍‌ ସୁପ୍ରିମୋଙ୍କୁ ୪୦ ମିନିଟର ପରାମର୍ଶ ଦେଇଥିଲେ, ଯେଉଁଥିରେ ତାଙ୍କର କୌଣସି ଗୁରୁତର ସ୍ୱାସ୍ଥ୍ୟ ଅସୁବିଧା ନଥିଲର।  ନିର୍ଦ୍ଦିଷ୍ଟ ଔଷଧ ସେବନ ଜାରି ରଖିବାକୁ ପରାମର୍ଶ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking