29.1 C
Bhubaneswar
Monday, May 6, 2024
Homeଓଡିଶାପରାଜୟ ଭୟରେ ବାଚାଳାମୀ ଆରମ୍ଭ କରିଛନ୍ତି ଓଡିଶା ବିଜେପି ନେତା: ବିଜେଡି

ପରାଜୟ ଭୟରେ ବାଚାଳାମୀ ଆରମ୍ଭ କରିଛନ୍ତି ଓଡିଶା ବିଜେପି ନେତା: ବିଜେଡି

 ଫେକ୍ ନ୍ୟୁଜ ଫ୍ୟାକ୍ଟ୍ରୀରୁ ଆସୁଥିବା ଲେଖା ପଢୁଛନ୍ତି
 ଆସନ୍ନ ପରାଜୟ ଦେଖି ନୂଆ ନୂଆ ସୁଆଙ୍ଗ ରଚୁଛନ୍ତି
 ଅତୀତରେ ସଭାପତି ପଦରୁ ଅପମାନିତ ଭାବେ ବିଦାହୋଇଥିଲେ ସମୀର ମହାନ୍ତି
 ଓଡିଶା ବିଜେପିର ଏଭଳି ନାଟକର ଜବାବ ଦେବେ ଓଡିଶାବାସୀ
ଭୁୁବନେଶ୍ୱର : ଓଡିଶା ବିଜେପି ନେତାମାନେ ଜାଣିଗଲେଣି, ୨୦୧୯ରେ ଯେଉଁଭଳି ହାରିଥିଲେ, ତାଠାରୁ ଆହୁରି ଦୟନୀୟ ଭାବେ ୨୦୨୪ରେ ହାରିବାକୁ ଯାଉଛନ୍ତି । ଯେଉଁଥିପାଇଁ ରାଜ୍ୟ ନେତାଙ୍କ ମୁଣ୍ଡ କାମ କରୁନି, ଆଉ ବାଚଳାମୀ ଆରମ୍ଭ କରିଥିବା କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ ।
ଶ୍ରୀମତୀ ଦେଓ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶା ବିଜେପିର ଫେକ୍ ନ୍ୟୁଜ୍ ଫ୍ୟାକ୍ଟ୍ରୀରୁ ଯାହା କିଛି ମିଛ, ବିଭ୍ରାନ୍ତକାରୀ, ଭିତିହୀନ ଆଉ ନିରାଧାର କଥା ଲେଖିକି ଦିଆଯାଏ, ତାକୁ ନେତା ଆସି ଗଣମାଧ୍ୟମ ସାମ୍ନାରେ ପଢିଥାନ୍ତି । ସମୀର ମହାନ୍ତି, ଓଡିଶା ବିଜେପିର ସଭାପତି ଥିବା ସମୟରେ ପଞ୍ଚାୟତ ନିର୍ବାଚନରେ ଦଳ ଅତି ଶୋଚନୀୟ ଭାବେ ହାରିଥିଲା । ଯେଉଁଥିପାଇଁ ତାଙ୍କୁ ଦଳର ସଭାପତି ପଦରୁ ନିନ୍ଦିତ, ଅପମାନିତ କରି ହଟାଇ ଦିଆଯାଇଥିଲା ।
ଏହି ଶକ୍ତ ଧକ୍କାରୁ ସେ ଏପର୍ଯ୍ୟନ୍ତ ମୁକୁଳିନାହାନ୍ତି । ତେଣୁ ତାଙ୍କୁ ଯାହା ଲେଖିକି ଦିଆଗଲା, ତାକୁ ଘୋଷା ଶୁଆ ଭଳି ଗାଇ ଦେଇଯାଉଛନ୍ତି । ଶୋଚନୀୟ ଭାବେ ନିର୍ବାଚନ ହାରିବା କଥା ଜାଣିବାରୁ, ଓଡିଶା ବିଜେପି ଏଭଳି ସୁଆଙ୍ଗ ରଚିବା କିଛି ନୂଆ କଥା ନୁହେଁ । ଅତୀତରେ ମଧ୍ୟ ଓଡିଶାବାସୀ ଏହାର ଉଚିତ୍ ଜବାବ ଦୋଇଛନ୍ତି, ଏହି ନିର୍ବାଚନରେ ମଧ୍ୟ ଦେବେ ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking