29.1 C
Bhubaneswar
Wednesday, May 22, 2024
Homeଓଡିଶାଅଂଶୁଘାତ ପାଇଁ ସତର୍କ ରହିବାକୁ ପରାମର୍ଶ

ଅଂଶୁଘାତ ପାଇଁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଅଂଶୁଘାତରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଥିବା ବେଳେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ରୁ ଅଧିକ ଅଂଶୁଘାତରେ ପୀଡ଼ିତ ହେଲେଣି । ଯାହାକୁ ନେଇ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ବର୍ତ୍ତମାନ ଅଂଶୁଘାତ ଏକ ଜଟିଳ ସମସ୍ୟା ପାଲଟିଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, “ଏସିଆରେ ସବୁଠାରୁ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାରୁ କିଛି ସହର ରହିଛି । ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ ଖରାକୁ ନଯାଆନ୍ତୁ, ଘର ମଧ୍ୟରେ ରୁହନ୍ତୁ । ଆବଶ୍ୟକ ନପଡ଼ିଲେ ବାହାରକୁ ବାହାରନ୍ତୁ ନାହିଁ । ଯଦି ବାହାରକୁ ଯାଉଛନ୍ତି ତେବେ ଓଦା ଗାମୁଛା, ଗଛ ଛାଇରେ ରୁହନ୍ତୁ । ଅଂଶୁଘାତ ଜନିତ କିଛି ଲକ୍ଷଣ ଦେଖାଦେଲେ ସେଥିପ୍ରତି ସତର୍କ ରୁହନ୍ତୁ ।’ ଡା. ନିରଞ୍ଜନ ମିଶ୍ର ଏହା ମଧ୍ୟ କହିଛନ୍ତି, “ଅଂଶୁଘାତ ପାଇଁ ସତର୍କ ରହିବାକୁ ସବୁ ଡାକ୍ତରଖାନାକୁ କୁହାଯାଇଛି । ଜିଲ୍ଲା ହସ୍ପିଟାଲ, ସିଏଚ୍‌ସି, ପିଏଚ୍‌ସି ଗୁଡିକରେ ବେଡ୍‌ର ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ଅଛନ୍ତି ହସ୍ପିଟାଲ । ଅଂଶୁଘାତ ଚିକିତ୍ସା ପାଇଁ ନିକଟରେ ୩ ଦିନ ଧରି ଶିଶୁରୋଗ ଓ ମେଡିସିନ ବିଭାଗ ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ହେଲେ ଇନକ୍ୱାରି ପାଇଁ ଜିଲ୍ଲା ସ୍ତରରେ ଟିମ ପ୍ରସ୍ତୁତ କରାଯାଇଛି । ସୂଚନା ଅନୁଯାୟୀ, ପ୍ରବଳ ଖରା ଓ ହିଟ୍ ୱେବ୍ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ । ପ୍ରତି ଜିଲ୍ଲା ହସ୍ପିଟାଲରେ ୬ଟି ବେଡ୍ ସିଏଚସିରେ ୨ ଟି ଓ ପିଏଚସିରେ ଗୋଟିଏ ଲେଖାଏଁ ବେଡ୍ ମହଜୁଦ ରହିଛି । ଡାକ୍ତରମାନେ ୨୪ ଘଣ୍ଟା କିଭଳି ରୋଟେଶନରେ ଡ୍ୟୁଟି କରିବେ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଡାକ୍ତରମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ପ୍ରତିଦିନ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତଗତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking