35.1 C
Bhubaneswar
Tuesday, May 21, 2024
Homeଓଡିଶାଆକାଶାରୁ ବର୍ଷୁଛି ନିଆଁ ବର୍ଷା

ଆକାଶାରୁ ବର୍ଷୁଛି ନିଆଁ ବର୍ଷା

ଭୁବନେଶ୍ୱର: ଆକାଶରୁ ସତେଯେପରି ନିଆଁ ବର୍ଷୁଛି । ଗରମ ଝାସରେ ମୁହଁ ସିଝିଯାଉଥିଲା । ଯେଉଁଥିପାଇଁ ରାସ୍ତାଘାଟ ଶୁନ୍‌ଶାନ୍ ହୋଇ ପଡ଼ିଥିଲା । ଅସ୍ତବ୍ୟସ୍ଥ ହୋଇ ଉଠିଥିଲା ଜୀବନ ଯାତ୍ରା । ବାରିପଦା ପାଲଟିଥିଲା ରାଜ୍ୟର ଉତ୍ତପ୍ତ ସହର । ସେଠାରେ ତାପମାତ୍ରା ୪୬.୪ ଡିଗ୍ରୀ ରେକର୍ଡ କରାଯାଇଛି । ତା’ ତଳକୁ ବାଲେଶ୍ୱରରେ ୪୬ ଡିଗ୍ରୀ ଓ ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଥିଲା । ଆଜି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଅନୁଗୁଳରେ ୪୪.୭ ଡିଗ୍ରୀ, ତାଳଚେରରେ ୪୪.୫, ଢେଙ୍କାନାଳରେ ୪୪.୫, ଯାଜପୁରରେ ୪୪.୫, ବୌଦ୍ଧରେ ୪୪.୩, ଝାରସୁଗୁଡ଼ାରେ ୪୪.୨, କଟକରେ ୪୪.୨, କେନ୍ଦ୍ରାପଡ଼ାରେ ୪୪.୨, ଟିଟିଲାଗଡ଼ରେ ୪୪, ନୟାଗଡ଼ରେ ୪୪, ନୂଆପଡ଼ାରେ ୪୪, ଭଦ୍ରକରେ ୪୪, ଭଦ୍ରକରେ ୪୪, ବଲାଙ୍ଗିରରେ ୪୩.୭, ଚାନ୍ଦବାଲିରେ ୪୩.୬, ସମ୍ୱଲପୁରରେ ୪୩.୪, ଭବାନୀପାଟଣାରେ ୪୩.୨ ଓ ମାଲକାନଗିରିରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୪୩.୨, ସୋନପୁରରେ ୪୩.୧, କେନ୍ଦୁଝରରେ ୪୩, ଖୋର୍ଦ୍ଧାରେ ୪୩, ହୀରାକୁଦରେ ୪୨.୯, ସୁନ୍ଦରଗଡ଼ରେ ୪୨.୯, ବରଗଡ଼ରେ ୪୨.୨, ପାରଳାଖେମୁଣ୍ଡିରେ ୪୨.୧, ଜଗତସିଂହପୁରରେ ୪୨, ଫୁଲବାଣୀରେ ୪୧.୫, ରାୟଗଡ଼ାରେ ୪୦.୨, ନବରଙ୍ଗପୁରରେ ୪୦, ଦେବଗଡ଼ରେ ୩୯.୫, କୋରାପୁଟରେ ୩୮.୨, ପୁରୀରେ ୩୫.୧, ଗୋପାଳପୁରରେ ୩୩.୬ ଓ ପାରାଦୀପରେ ତାପମାତ୍ରା ୩୩.୬ ଡିଗ୍ରୀ କର୍ଡ କରାଯାଇଛି ।
ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟ୍‌-ୱେଭ୍ ରହିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଦେବଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ହିଟ୍‌-ୱେଭ୍‌କୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ରେଡ୍ ଆଲର୍ଟର ସତର୍କତା ଥିବାବେଳେ ୩ ତାରିଖ ବେଳକୁ ପାଗରେ କିଛିମାତ୍ରାରେ ପରିବର୍ତ୍ତନ ସହ ସାମାନ୍ୟ ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି । ପରେ ୫ରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking