28.1 C
Bhubaneswar
Wednesday, May 22, 2024
Homeଓଡିଶା୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ଭୁବନେଶ୍ୱର: ଭାରତରେ ଚତୁର୍ଥ ପର୍ଯ୍ୟାୟ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମଇ ୧୩ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ।
ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ନର୍ବିଚାନ ପାଇଁ ୪ଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୨୮୯ଟି ବୁଥ୍ ଓ ୧୪ଟି ଅତିରିକ୍ତ ବୁଥ୍ ରହିଛି । ମୋଟ୍ ୬୨ ଲକ୍ଷ ୮୭,୨୨୨ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭,୫୨୭ ପୁରୁଷ, ୩୧ ଲକ୍ଷ ୮୯,୦୬୦ ମହିଳା ଓ ୬୩୫ ଜଣ ତୃତୀୟଲିଙ୍ଗୀ ମତଦାତା ଅନ୍ତର୍ଭୁକ୍ତ ଅଛନ୍ତି ।
ସଂସଦୀୟ କ୍ଷେତ୍ରରେ ମତଦାତାଙ୍କ ସଂଖ୍ୟା ଦେଖିଲେ କେବଳ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଦେଖିଲେ ୧୭ ଲକ୍ଷ ୭୮୦, ନବରଙ୍ଗପୁର, ୧୫ ଲକ୍ଷ ୧୪,୧୪୦, ବ୍ରହ୍ମପୁର ୧୫ ଲକ୍ଷ ୯୧,୩୮୦ ଓ କୋରାପୁଟ ସଂସଦୀୟ କ୍ଷେତ୍ର ୧୪ ଲକ୍ଷ ୮୦,୯୨୨ ପାଇଁ ମତଦାତା ରହିଛନ୍ତି । ଏହି ୪ଟି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ଲିଙ୍ଗ ଅନୁପାତ ଯଥାକ୍ରମେ ୯୯୯, ୧୦୩୯, ୯୯୬ ଓ ୧୦୯୫ ରହିଛି । ଚାରୋଟି ସଂସଦୀୟ ନିର୍ବାଚନ କ୍ଷେତ୍ରରେ ୧୮ରୁ ୧୯ ବର୍ଷ ବୟସର ୧,୭୫,୧୩୫ ଜଣ ନୂତନ ଭୋଟର ରହିଥିବାବେଳେ ୨୦-୨୯ ବର୍ଷ ବୟସର ୧,୪୬୮,୫୦୪ ଜଣ ଯୁବ ଭୋଟର ରହିଛନ୍ତି ।
ଶ୍ରୀ ଧଳ କହିଛନ୍ତି ଯେ, ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ଦ୍ୱାରା ଏହି ସମସ୍ତ ମତଦାତାଙ୍କୁ ମତଦାତା ସୂଚନା ପତ୍ର (ଭୋଟର ଇନ୍‌ଫରମେସନ୍ ସ୍ଲିପ୍‌) ଯୋଗାଇ ଦିଆଯିବ । ଏହି ସୂଚନା ପତ୍ରରେ ମତଦାତାଙ୍କ ନାମ, ପାର୍ଟ ସଂଖ୍ୟା, କ୍ରମିକ ନମ୍ବର, ପୋଲିଂ ବୁଥ୍‌ର ନାମ, ମତଦାନ ତାରିଖ ଆଦି ସମସ୍ତ ଜରୁରୀ ସୂଚନା ରହିଛି । ମତଦାତାଙ୍କ ସୁବିଧା ନିମନ୍ତେ ଏଥିରେ ଇପିକ୍ ନମ୍ବର ଏବଂ ବୁଥ୍‌ର ରୋଡ଼୍ ମ୍ୟାପ୍ ମଧ୍ୟ ପ୍ରଦତ୍ତ ରହିବ । ବୁଥ୍‌ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଏହି ମତାଦାତ ସୂଚନା ପତ୍ର ସହ ‘ମତଦାତା ମାର୍ଗଦର୍ଶିକା’ ଓ ‘ଅଂଶୁଘାତ ସଚେତନତା ସୂଚନା ପତ୍ର’ ବଣ୍ଟନ କରିବେ । ଏହି ଜରୁରୀ ସୂଚନାପତ୍ର ଓ ମାର୍ଗଦର୍ଶିକାଗୁଡ଼ିକ ସମସ୍ତ ଶତପ୍ରତିଶତ ମତଦାତାଙ୍କୁ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଲେଖନୀୟ ଯେ, ଚୂଡ଼ାନ୍ତ ମତଦାତା ତାଲିକା ୨୫ ଏପ୍ରିଲ ୨୦୨୪ରେ ପ୍ରକାଶିତ ହୋଇଛି । ଏଥିପାଇଁ ଆବେଦନର ଯୋଗ୍ୟତାଭିତ୍ତିକ ତାରିଖ ଭାବରେ ୧ ଏପ୍ରିଲ ୨୦୨୪କୁ ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking