35.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶନିର୍ବାଚନ ଲଢ଼ିବେ ମଣ୍ଟି ପାନେସର୍‌

ନିର୍ବାଚନ ଲଢ଼ିବେ ମଣ୍ଟି ପାନେସର୍‌

ଲଣ୍ଡନ: ଭାରତରେ ଏବେ ଆଇପିଏଲ୍ ଏବଂ ଲୋକସଭା ନିର୍ବାଚନକୁ ନେଇ ବାତାବରଣ ଉଷ୍ଣ ଥିବାବେଳେ ଇତିମଧ୍ୟରେ ଜଣେ ପୂର୍ବତନ ମହାନ୍ କ୍ରିକେଟର୍ ନିର୍ବାଚନ ରାଜନୀତି ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ତେବେ ସେ ପୂର୍ବତନ ଭାରତୀୟ କ୍ରିକେଟର୍ ନୁହନ୍ତି କି ଲୋକସଭା ନିର୍ବାଚନ କଥା କୁହାଯାଉ ନାହିଁ । ସେ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ପୂର୍ବତନ ଇଂଲିଶ୍ ଖେଳାଳି ମଣ୍ଟି ପାନେସର ଏବଂ ସେ ଇଂଲଣ୍ଡରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଇଂଲଣ୍ଡର ପୂର୍ବତନ ମହାନ୍ ସ୍ପିନର୍ ପାନେସର ଇଂଲଣ୍ଡ ସାଧାରଣ ନିର୍ବାଚନରେ ଫ୍ରିଞ୍ଜ୍ ୱାର୍କର୍ସ ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ିବେ । ସ୍ୱୟଂ ପାର୍ଟି ନେତା ଜର୍ଜ ଗାଲୋୱେ ଏହି ଘୋଷଣା କରିଛି । ଗାଲୋୱେ କହିଛନ୍ତି, ନିର୍ବାଚନରେ ପାର୍ଟି ପକ୍ଷରୁ ଘୋଷଣା କରାଯାଇଥିବା ୨୦୦ ପ୍ରାର୍ଥୀଙ୍କ ମଧ୍ୟରେ ପାନେସର୍ ଅନ୍ୟତମ । ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପାର୍ଟି ତାଙ୍କୁ ପଶ୍ଚିମ ଲଣ୍ଡନର ଇଲିଙ୍ଗ୍ ସାଉଥାଲ୍‌ରୁ ପ୍ରାର୍ଥୀ କରିଛି । ମଣ୍ଟି ପାନେସର ଓରଫ୍ ମଧୁସୂଦନ ସିଂହ ପାନେସର୍‌ଙ୍କ ଜନ୍ମ ଲଣ୍ଡର ଉତ୍ତରରେ ସ୍ଥିତ ଲ୍ୟୁଟନ୍‌ରେ ଏକ ସିଖ୍ ପରିବାରରେ ହୋଇଥିଲା । ତାଙ୍କ ପିତା-ମାତା ଭାରତର ପଞ୍ଜାବରୁ ଯାଇ ସେଠାରେ ବସବାସ କରୁଥିଲେ । ୪୨ ବର୍ଷୀୟ ବାମହାତୀ ସ୍ପିନର୍ ମଣ୍ଟି ପାନେସର୍ ୨୦୦୬ରୁ ୨୦୧୩ ମଧ୍ୟରେ ଇଂଲଣ୍ଡ ପକ୍ଷରୁ ୫୦ ଟେଷ୍ଟ୍ ମ୍ୟାଚ୍ ଖେଳି ୧୬୭ ୱିକେଟ୍ ହାସଲ କରିଛନ୍ତି । ସେହିପରି ୨୬ ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍‌ରେ ତାଙ୍କ ନାମରେ ଯଥାକ୍ରମେ ୨୪ ଓ ୨ ୱିକେଟ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking