33.1 C
Bhubaneswar
Tuesday, May 21, 2024
Homeଖେଳପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪; ସିନ୍ଧୁ, ପ୍ରଣୟଙ୍କ ସମେତ ୭ ଶଟ୍‌ଲର୍‌ଙ୍କୁ ଟିକେଟ୍

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪; ସିନ୍ଧୁ, ପ୍ରଣୟଙ୍କ ସମେତ ୭ ଶଟ୍‌ଲର୍‌ଙ୍କୁ ଟିକେଟ୍

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ ଲକ୍ଷ୍ୟ ସେନ୍ ଏବଂ ଏଚ୍‌ଏସ୍ ପ୍ରଣୟଙ୍କ ସମେତ ଭାରତର ସାତଜଣ ଶଟ୍‌ଲର୍ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ୭ ଖେଳାଳି ବିଶ୍ୱ ବ୍ୟାଡ୍‌ମିଣ୍ଟନ୍ ମହାସଂଘ (ବିଡବ୍ଲୁଏଫ୍‌)ର ର‌୍ୟାଙ୍କିଙ୍ଗ୍ ଆଧାରରେ ଏହି ଯୋଗ୍ୟତା ହାସଲ କରିଛନ୍ତି । ସେମାନେ କ୍ରୀଡ଼ାର ଅଲଗା ଅଲଗା ଶ୍ରେଣୀରେ ଭାଗନେବେ । ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏହା ସ୍ପଷ୍ଟ କରିଛି । ସିନ୍ଧୁ ପ୍ୟାରିସ୍‌ରେ ଭାରତର ଏକମାତ୍ର ମହିଳା ସିଙ୍ଗଲ୍ସ ପ୍ରତିଦ୍ୱନ୍ଦ୍ୱୀ ହେବେ । ୨୦୧୬ ରିଓ ଅଲିମ୍ପିକ୍‌ରେ ରୌପ୍ୟ ଏବଂ ୨୦୨୧ ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ୍ ପଦକ ଜିତିଥିବା ସିନ୍ଧୁଙ୍କର ଏହା ଲଗାତାର ତୃତୀୟ ଅଲିମ୍ପିକ୍ ହେବ । ୨୦୨୩ ମେ ୧ରୁ ୨୦୨୪ ଏପ୍ରିଲ୍ ୩୦ ତାରିଖ ମଧ୍ୟରେ ପ୍ରଦର୍ଶନ ଆଧାରରେ ବିଡବ୍ଲ୍ୟୁଏଫ୍ ଜାରୀ କରିଥିବା ର‌୍ୟାଙ୍କିଙ୍ଗ୍ ସୂଚୀ ଅନୁସାରେ ଶୀର୍ଷ ୧୬ ଶଟ୍‌ଲର୍‌ଙ୍କ ମଧ୍ୟରେ ଦ୍ୱାଦଶ ସ୍ଥାନରେ ରହି ସିନ୍ଧୁ ସ୍ୱୟଂକ୍ରିୟ ଭାବେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ଯଥାକ୍ରମେ ନବମ ଓ ୧୩ଶ ସ୍ଥାନରେ ରହି ପ୍ରଣୟ ଓ ଲକ୍ଷ୍ୟ କଟ୍ ହାସଲ କରିଛନ୍ତି । ଏହା ପୂର୍ବରୁ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ବର୍ଗରେ ଅଲିମ୍ପିକ୍ କୋଟା ହାସଲ କରିସାରିଥିଲେ । ଦୁହେଁ ବର୍ତ୍ତମାନ ବିଶ୍ୱ ର‌୍ୟାଙ୍କିଙ୍ଗ୍‌ର ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ମହିଳା ଡବଲ୍ସରେ ଅଶ୍ୱିନୀ ପୋନପ୍ପା ଓ ତନୀଷା କ୍ରାଷ୍ଟୋଙ୍କ ଯୋଡ଼ି ମଧ୍ୟ ଅଲିମ୍ପିକ୍ ଯୋଗ୍ୟତା ହାସଲ କରିଛି । ତେବେ ମିକ୍ସଡ୍ ଡବଲ୍ସରେ ଭାରତର କୌଣସି ପ୍ରତିନିଧିତ୍ୱ ରହିବ ନାହିଁ । ଏହି ସାତଜଣଙ୍କ ହାତରେ ଏବେ ବ୍ୟାଡ୍‌ମିଣ୍ଟନ୍‌ରେ ଭାରତ ପାଇଁ ପଦକ ଜିତିବାର ଦାୟିତ୍ୱ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking