35.1 C
Bhubaneswar
Saturday, April 19, 2025
Homeଅପରାଧହତ୍ୟାକାରୀଙ୍କୁ ୨୦ ବର୍ଷ ଆଜୀବନ କାରାଦଣ୍ଡ ଓ ୨୦ ହଜାର ଜରିମାନା

ହତ୍ୟାକାରୀଙ୍କୁ ୨୦ ବର୍ଷ ଆଜୀବନ କାରାଦଣ୍ଡ ଓ ୨୦ ହଜାର ଜରିମାନା

ସମ୍ବଲପୁର: ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ରୁନିମାଲ ଠାରେ ୨୫ ଏପ୍ରିଲ ୨୦୧୮ ମସିହାରେ ହତ୍ୟାର ଶିକାର ହୋଇଥିବା ହୃଷିକେଶ ବାରିକଙ୍କ ମାମଲାରେ ଅଭିଯୁକ୍ତ ତଥା ଉକ୍ତ ଗ୍ରାମର ନିବାସୀ ଗଗନ ଦଣ୍ଡସନା (୩୦)ଙ୍କୁ ଅଦାଲତ କାରାଦଣ୍ଡ ଶୁଣାଣି କରିଛନ୍ତି।

ଅତିରିକ୍ତ ସେସନ ଜଜ, ସମ୍ବଲପୁରଙ୍କ ଅଦାଲତରେ ଏହି ମାମଲାର ଶୁଣାଣି ସମୟରେ ବିଚାରପତି ବି. ବେହେରା ସାକ୍ଷୀ ମାନଙ୍କର ବୟାନ ଓ ଅନ୍ୟାନ୍ୟ ସବୁତ ଆଧାରରେ ତାଙ୍କର ଶୁଣାଣି କରି ଦୋଷୀ ଗଗନ ଦଣ୍ଡସନାଙ୍କୁ ଆଜୀବନ କାରାଦଣ୍ଡ ସହିତ ୨୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୧ ବର୍ଷର ସଶ୍ରମ କାରାଦଣ୍ଡ ଭୋଗିବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ମନୋଜ କୁମାର ମହାପାତ୍ର ଓ ଦେବାଶିଷ ପ୍ରସାଦ ଦାସ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking