25.1 C
Bhubaneswar
Wednesday, February 12, 2025
Homeଦେଶ ବିଦେଶରିଲ୍ସ ନିଶା ହେଲା କାଳ; ମୁଣ୍ଡରେ ବନ୍ଧୁକ ରଖି ଭିଡିଓ କରୁଥିଲେ ଗୁଳି ଫୁଟି ଚାଲିଗଲା...

ରିଲ୍ସ ନିଶା ହେଲା କାଳ; ମୁଣ୍ଡରେ ବନ୍ଧୁକ ରଖି ଭିଡିଓ କରୁଥିଲେ ଗୁଳି ଫୁଟି ଚାଲିଗଲା ଜୀବନ

ନ୍ୟୁୟର୍କ : ସୋସିଆଲ ମିଡିଆରେ ରିଲ୍ସ ନିଶା ଜଣେ ନାବଳକଙ୍କ ଜୀବନ ନେଇଯାଇଛି। ମୁଣ୍ଡରେ ବନ୍ଧୁକ ଲଗାଇ ରିଲ୍ସ କରିବା ସମୟରେ ଭୁଲବଶତଃ ଫୁଟାଇଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଘଟିଥିବା 17 ବର୍ଷୀୟ ନାବାଳକ ହେଉଛନ୍ତି ଜଣେ ରାପର୍ । ଭର୍ଜିନିଆ ସ୍ଥିତ ତାଙ୍କ ଘରେ ଭିଡିଓ ରେକର୍ଡିଂ କରୁଥିଲେ। ଏହି ସମୟରେ ମୁଣ୍ଡରେ ବନ୍ଧୁକ ରଖି ଅଭିନୟ କରିବା ବେଳେ ହଠାତ୍ ଟ୍ରିଗରକୁ ଦବାଇ ଦେଇଥିଲେ। ଫଳରେ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତ ନାବାଳକଙ୍କ ନାମ ପ୍ରକାଶ କରିନଥିଲେ ମଧ୍ୟ ସୋସିଆଲ ମିଡିଆରେ ପ୍ରସାରିତ ଫୁଟେଜ ଅନୁସାରେ ରାପର୍ ଜଣକ ହେଉଛନ୍ତି ରିଲୋ ହୁଞ୍ଚୋ।
ରିଲ୍ସ ଓ ସେଲଫି ନେବା ବେଳେ ପ୍ରଥମେ ନିଜ ସୁରକ୍ଷାକୁ ଧ୍ୟାନ ଦେବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ କିଛି ପିଲା ଏଥି ପ୍ରତି ଆଦୌ ଖାତିର କରୁନାହାନ୍ତି। ସର୍ବଦା ନିଜ ସୁରକ୍ଷାକୁ ଧ୍ୟାନରେ ରଖିବା ଉଚିତ୍। ନଚେତ୍ ଅକାରଣେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking