27.1 C
Bhubaneswar
Saturday, July 27, 2024
Homeଓଡିଶାକେନ୍ଦ୍ରର ସ୍ପିଡ୍ କମ୍ : ପାଣ୍ଡିଆନ

କେନ୍ଦ୍ରର ସ୍ପିଡ୍ କମ୍ : ପାଣ୍ଡିଆନ

କଟକ : କଟକ ମାହାଙ୍ଗାରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର । କୁଆଁପାଳ ନେହେରୁ କଲେଜ ପଡିଆ ସଭାକୁ ସମ୍ବୋଧନ । ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପାଣ୍ଡିଆନ । ଆପଣନମାନଙ୍କ ଭଳ ପାଇବା ନିକଟରେ ଚିର ଋଣୀ ହୋଇ ରହିବୁ ବୋଲି କହିଲେ । ୯ ତାରିଖରେ ପୁଣି ଶପଥ ନେବେ ନବୀନ ପଟ୍ଟନାୟକ । ଶପଥ ପରେ ମିଳିବ ମାଗଣା ବିଜୁଳି । ତେବେ ମୋଦିଙ୍କ ସ୍ଲୋ ସରକାର ଆକ୍ଷେପର ଜବାବ ଦେଲେ ପାଣ୍ଡିଆନ । ଜବାବରେ କହିଲେ ଏନଏଚ ସ୍ପିଡ୍ କମ୍ । ୮ ବର୍ଷରେ ପୁରୁଣା ରାସ୍ତା ମରାମତି କରିପାରୁନାହାନ୍ତି । କୋଷ୍ଟାଲ ହାଇରେ ମଧ୍ୟ କେନ୍ଦ୍ରର ସ୍ପିଡ୍ କମ୍ । ଆଉ କ୍ୟାପିଟାାଲ ରିଂ ରୋଡ୍ ପାଇଁ ମଧ୍ୟ କେନ୍ଦ୍ରର ସ୍ପିଡ୍ କମ୍ ବୋଲି କହିଲେ । ନିର୍ବାଚନ ଆସିଲେ ଚାଷୀ ମନେ ପଡୁଛନ୍ତି ବୋଲି କହିଲେ । ଧାନର ଏମଏସପି ୩୧୦୦ଟଙ୍କା କେନ୍ଦ୍ର କରିବା କଥା । ସ୍ୱଚ୍ଚତା, ନିର୍ମଳ ଭାବମୂର୍ତ୍ତିରେ ଚାଲୁଛି ନବୀନ ଇଞ୍ଜିନ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ ନବୀନ ପଟ୍ଟନାୟକ । ଜୁନ ୯ରେ ଶପଥ ଗ୍ରହଣ କରିବେ , ସେଥିପାଇଁ ଆପଣଙଅକୁ ନିମନ୍ତ୍ରଣ ରହିଲା ବୋଲି ସେ କହିଛନ୍ତି । ଶପଥ ସମାରୋହରେ ଯୋଗ ଦେଇ ଦେବେ ୩ ଉପହାର । ସୂଚନାଯୋଗ୍ୟ ଯେ, ସାଲେପୁର ନିର୍ବାଚନୀ ସଭାସ୍ଥଳରୁ ପିଏମ ମୋଦିଙ୍କୁ କଡା ଜବାବ ଦେଇଥିଲେ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନୋଟି ପ୍ରଶ୍ନର ଉତ୍ତର ରଖି କହିଥିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଚାଷୀଙ୍କ ଏମଏସପିରୁ ପିଏମ ମୋଦିଙ୍କୁ ଟାର୍ଗେଟ କରିଥିଲେ ପାଣ୍ଡିଆନ । ଚାଷୀମାନଙ୍କୁ ଖୋଦ କେନ୍ଦ୍ର ସରକାର ଏମଏସପି ୨୩୦୦ଟଙ୍କା ଦେଉଥିବା ବେଳେ ଓଡିଶା ଗସ୍ତରେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନର ୧୦ ଦିନ ପୂର୍ବରୁ ଓଡିଶା ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା । ୮ ବର୍ଷ ହେଲା ଏନଏଚ ୫୫ ରାସ୍ତା ମରାମତି କାମ ସରୁନି । ତଥାପି ଏଠି ଡବଲ ଇଞ୍ଜିନ ସରକାର ସ୍ପିଡ୍‌ରେ କାମ କରିବା କଥା ମୋଦି କହୁଥିବା କହି ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ । ନିର୍ବାଚନ ପୂର୍ବରୁ ନିଜେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କରୁଥିଲେ । କିନ୍ତୁ ଏବେ ନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭାଷା ବଦଳିଯାଇଛି । ସେହିପରି କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀଙ୍କ ଉପରେ ବର୍ଷିଛନ୍ତି ପାଣ୍ଡଆନ । ସେ କହିଛନ୍ତି ଯେଉଁ ହାତ ଖାଇବାକୁ ଦେଉଛି ସେ ହାତକୁ କାମୁଡୁଛନ୍ତି ପ୍ରାର୍ଥୀ ଜଣକ । ଏତିକି ଇସାରା ସେ ପ୍ରାର୍ଥୀ ବୁଝିଯିବେ ବୋଲି ସଭାସ୍ଥଳରେ କଟାକ୍ଷ କରିଛନ୍ତି ପାଣ୍ଡିଆନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking