30.1 C
Bhubaneswar
Tuesday, May 21, 2024
Homeଓଡିଶାହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଗଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଆଡିସନାଲ ସେସନ୍ସ ଜଜ-୨ ର ବିଚାରପତି । ୨୦୨୧ ମସିହାରେ ଜଟଣୀ ଥାନା ଅଞ୍ଚଳର ଏକ ହତ୍ୟା ମାମଲାର ବିଚାର କରି ଆସାମୀ ସୁକାନ୍ତ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୨୦,୦୦୦ଟଙ୍କା ଜୋରିମନା ଆଦେଶ ଶୁଣାଇଛି କୋର୍ଟ । ଅଭିଯୋଗକାରୀ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ମଝିଆ ଝିଅ ମୃତ ପୂଜା ମଲ୍ଲିକଙ୍କର, ପିପିଲି ନିବାସୀ ଅଭିଯୁକ୍ତ ସୁକାନ୍ତ ମଲ୍ଲିକଙ୍କ ସହିତ ଗତ ୧୨ ବର୍ଷ ତଳେ ବୈଦିକ ରୀତିନୀତି ଅନୁଯାଇ ବିବାହ ହୋଇଥିଲା । ସୁକାନ୍ତ ଜଟଣୀ ଥାନା ଅନ୍ତର୍ଗତ ପାଇକରାପୁରରେ ରହିବା ସହିତ ଆଖପାଖ ଅଞ୍ଚଳରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରିଥାନ୍ତି । ବିବାହ ପରେ ଉଭୟଙ୍କର ୧୧ ବର୍ଷ ଏବଂ ୭ ବର୍ଷ ବୟସର ଦୁଇଟି କନ୍ୟା ସନ୍ତାନ ହୋଇଥିଲେ । ଏମିତି କିଛି ଦିନ ଯିବା ପରେ, ଅଭିଯୁକ୍ତ ସୁକାନ୍ତ ମଲ୍ଲିକ ପୂର୍ବରୁ ବିବାହିତ ଥିବା ସହ ତାଙ୍କର ପୂର୍ବର ସ୍ତ୍ରୀ ଓ ଛୁଆ ଥିବା କଥା ପୂଜା ଜାଣିବାକୁ ପାଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଅଭିଯୁକ୍ତ ସୁକାନ୍ତ ଏବଂ ପୂଜାଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡା ହେବା ସହିତ ସୁକାନ୍ତ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରନ୍ତି । ଏବଂ ନିୟମିତ ଭାବେ ମାରଧର ମଧ୍ୟ କରିଥାନ୍ତି । ଫଳରେ ପୂଜା ପ୍ରାୟ ସମୟ ବାପ ଘରେ ଯାଇ ରହିଥାନ୍ତି । ସ୍ଥାନୀୟ କିଛି ଭଦ୍ର ବ୍ୟକ୍ତି ଏବଂ ବନ୍ଧୁପରିଜନଙ୍କ ପ୍ରଚେଷ୍ଟା ଫଳରେ ଏକାଧିକବାର ଆପୋଷ ସମାଧାନ ହେବ ଯୋଗୁଁ ପୂଜା ଯାଇ ଅଭିଯୁକ୍ତଙ୍କ ସହିତ ରହିବା ଲାଗି ନିର୍ଣ୍ଣୟ କଲେ । ଅଭିଯୁକ୍ତ ସୁକାନ୍ତ ଲୋନରେ ଏକ ଅଟୋ ଆଣିଥିବାରୁ କିସ୍ତି ଶୁଝିବା ପାଇଁ ତଥା ଅନ୍ୟାନ୍ୟ ଖର୍ଚ୍ଚ ଲାଗି ଟଙ୍କା ଆବଶ୍ୟକ ପଡିବାରୁ ସେ ମୃତ ପୂଜାଙ୍କୁ ଟଙ୍କା ଯୋଗାଡ଼ କରିବା ଲାଗି କହିଥିଲେ । ପୂଜା ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ ପ୍ରକାଶ କରି ନିଜ ପିତା ତଥା ଅଭିଯୋଗକାରୀ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କୁ ଏବାବଦରେ ପୂର୍ବରୁ ଜଣାଇଥିଲେ । ୨୦୨୧ ମସିହା ଜୁନ ୨୬ ତାରିଖ ସକାଳ ୯.୦୦ ଟା ସମୟରେ ଟଙ୍କା ଯୋଗଡ଼କୁ କେନ୍ଦ୍ରକରି ଅଭିଯୁକ୍ତ ସୁକାନ୍ତ ପୁନର୍ବାର ପୂଜାଙ୍କ ସହିତ ଝଗଡା କରିଥିଲେ । ଝଗଡା କ୍ରମଶଃ ଉଗ୍ର ରୂପ ନେବା ପରେ ଅଭିଯୁକ୍ତ ସୁକାନ୍ତ ଉତକ୍ଷିପ୍ତ ହୋଇ ନିକଟରେ ଥିବା ଏକ ଧାରୁଆ ଛୁରୀ ସାହାଯ୍ୟରେ ପୂଜାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଅନ୍ତର୍ଯ୍ୟାମୀ ପ୍ରଧାନ ଜଟଣୀ ଥାନା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସେହି ଥାନାର ତତ୍କାଳୀନ ଥାନାଧିକାରୀ ବିଶ୍ୱରଞ୍ଜନ ସାହୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ଅଭିଯୁକ୍ତ ସୁକାନ୍ତ ମଲ୍ଲିକଙ୍କୁ ଖୁବଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲାର ବିଚାର କରି ମାନ୍ୟବର ଅଦାଲତ ୧୩ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ସୁକାନ୍ତ ମଲ୍ଲିକଙ୍କୁ ସଜା ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking