29.1 C
Bhubaneswar
Saturday, July 27, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଡିବେଟ ପାଇଁ ଅପରାଜିତାଙ୍କ ଆହ୍ଵାନ

ମୁଖ୍ୟମନ୍ତ୍ରୀଙ୍କୁ ଡିବେଟ ପାଇଁ ଅପରାଜିତାଙ୍କ ଆହ୍ଵାନ

ଭୁବନେଶ୍ବର : ମୁଁ ଆଶ୍ଚର୍ଯ୍ୟ। 24 ବର୍ଷର ଜଣେ ଆଦରଣୀୟ ମୁଖ୍ୟମନ୍ତ୍ରୀ, ଜଣେ ପ୍ରଥମ ଥର ହୋଇଥିବା ସାଂସଦଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଯାହାକି କୋଉଠି ନା କୋଉଠି BJD ର ହତାଶ, ନୈରାଶ୍ୟ ଭାବକୁ ପ୍ରକାଶ କରୁଛି। ବାଉଳା ଚାଉଳା ହେଉଛି ବିଜେଡ଼ି। ମୋ ରିପୋର୍ଟ କାର୍ଡ ପଢ଼ି ନାହାଁନ୍ତି ସେଥିପାଇଁ କହୁଛନ୍ତି। ଡ୍ରେନେଜ୍ ପାଇଁ, ବସ୍ତି ବାସିନ୍ଦାଙ୍କ ପାଇଁ 600ବର୍ଗ ଫୁଟର ଜମି ଯୋଗାଇଦେବାକୁ, ପଦ୍ମ କେଶରୀ ପୁରରେ ହେଉଥିବା ସୁଧ କାରବାର ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ଏବେ ଯାଏ ଉତ୍ତର ମିଳିନି। ବୋଧ ହୁଏ ତାଙ୍କ ପାଖ ଲୋକ ମାନେ ଚିଠି ପହଞ୍ଚାଇ ନାହାଁନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ଡିବେଟ ପାଇଁ ପ୍ରସ୍ଥୁତ। ସମୟ ଓ ସ୍ଥାନ କହିଲେ ମୁଁ ଆସିଯିବି। ତାଙ୍କ ଦଳର କୌଣସି ନେତା କି ଜନ ପ୍ରତିନିଧି ମତେ ରାଜଧାନୀର ବିକାଶ ପାଇଁ ପ୍ରସ୍ତାବ ଦେଇ ନାହାଁନ୍ତି। ନିଜେ ନବୀନ ବାବୁ ମତେ ବିମାନ ବନ୍ଦରରେ କହିଥିଲେ ଯେ, ଆପଣ ଭଲ କାମ କରୁଛନ୍ତି। ଏ ସାର୍ଟିଫିକେଟ୍ ଦେଇଛନ୍ତି ସେ। ଏ କଥାକୁ ନେଇ ମୁଁ ଅନେକ ଥର କହିଛି କେତେ ବଡ଼ ହୃଦୟର ମୁଖ୍ୟମନ୍ତ୍ରୀ ମୋର ପ୍ରସଂଶା କଲେ।

ସେ ବାରମ୍ବାର କହୁଛନ୍ତି ଲିଙ୍ଗରାଜ ବାଇ ଲୋ କୁ ମୁଁ ବିରୋଧ କଲି। ଏହାର ପ୍ରମାଣ ଅଛି ନା ଖାଲି କାଗଜ ପଢିଦେଲେ। କେବେବି ଲିଖିତ ଅକାରରେ କିମ୍ବା ମୌଖିକ ଆକାରରେ ପ୍ରତ୍ୟକ ଭାବରେ କିମ୍ବା ପରୋକ୍ଷ ଭାବରେ ଏଠିକାର ସାଂସଦ ହିସାବରେ ମୁଁ କରିନାହିଁ। ଲିଙ୍ଗରାଜ ଉନ୍ନତି ହେଉ ଏହା ସବୁବେଳେ ଆମେ ଚେଷ୍ଟା କରିଛୁ। ପ୍ରମାଣ ଅଛି ଯଦି ମୁଖ୍ୟମନ୍ତ୍ରୀ ଆଣି ଦେଖନ୍ତୁ। 48 ଘଣ୍ଟା କିମ୍ବା 72 ଘଣ୍ଟା ଭିତରେ ଦିଅନ୍ତୁ ଯେ ମୁଁ କେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ରୂପାନ୍ତରିକରଣକୁ ବିରୋଧ କରିଛି। କୋଟରିରେ ଯେଉଁମାନେ ଅଛନ୍ତି ସେମାନେ କାଗଜ ତିଆରି କରି ଦେଲେ ମୁଖ୍ୟମନ୍ତ୍ରୀଙ୍କୁ ପଢ଼ିବା ପାଇଁ। ଯଦି ମୁଖ୍ୟମନ୍ତ୍ରୀ ମୋ ରିପୋର୍ଟ କାର୍ଡ ପଢ଼ିଥାନ୍ତେ ତେବେ ଏମିତି କହି ନଥାନ୍ତେ।

ମହାପ୍ରଭୁ ଜଗନ୍ନାଥ ଆମ ପ୍ରାଣକେନ୍ଦ୍ର, ମହାପ୍ରଭୁ ଜଗନ୍ନାଥ ଆମ ଜୀବନର ମେରୁଦଣ୍ଡ। ପୁରୀ ଜଗନ୍ନାଥ ମନ୍ଦିରର ଯେବେ କାମ ହେଉଥିଲା ମୁଁ କହିଥିଲି ମନ୍ଦିରର ସୁରକ୍ଷା ଦେଖି କାମ କରିବା ଦରକାର। 100 ମିଟର ଭିତରେ କାମ ନକରନ୍ତୁ। NMA, ASI ମତାମତ ନେଇ କାମ କରନ୍ତୁ। ବିକାଶର ପ୍ରକ୍ରିୟାକୁ ବିରୋଧ କରାଯାଉଛି, ବିକାଶକୁ ନୁହଁ। ଯେତେବେଳେ ଏହା ଉଠା ଯାଇଥିଲା ମନ୍ଦିରର ସୁରକ୍ଷା, ଐତିହ୍ୟର ସୁରକ୍ଷା ଆମର ସମସ୍ତଙ୍କର ପ୍ରାଥମିକତା। ଆମେ ଓଡ଼ିଆ ଲୋକ ଆମର ଓଡ଼ିଆ ଅସ୍ମିତାର ପ୍ରଶ୍ନ। ଯେତେବେଳେ ଏହା କୁହାଗଲା ଯେଉଁ DPR ଥିଲା ତାହାକୁ ୱେବସାଇଟ ରୁ ଉଠାଇଦିଆଗଲା। DPR ଚେଞ୍ଜ୍ କରିବା ପାଇଁ ବାଧ୍ୟ ହେଲେ କାରଣ ଏହାକୁ ଏକ ଦକ୍ଷୀଣ ଭାରତୀୟ କମ୍ପାନୀ ତ୍ରୁଟିପୂର୍ଣ୍ଣ ଭାବେ କରିଥିଲା। ଯେଉଁ କମ୍ପାନୀ ହେଉଛି ଭୂମିପୁତ୍ର। ଭୂମିପୁତ୍ର ଏକ ଦକ୍ଷିଣ ଭାରତର ସଂସ୍ଥା। ଯାହାକୁ ଶ୍ରୀମନ୍ଦିର dpr ପ୍ରସ୍ତୁତ ପାଇଁ ଦିଆଯାଇଥିଲା। architectural ବିକାଶ ପାଇଁ ଭୂମିପୁତ୍ରକୁ ଦିଆଯାଇଥିଲେ। Dpr ରେ ତ୍ରୁଟି ଥିଲା, ଯେଉଁଥିଲଗି Dpr ସଂଶୋଧନ ହେଲା। ଏଥିପାଇଁ କାମ ବିଳମ୍ବ ହେଲା। ଏହା ରାଜ୍ୟ ସରକାରଙ୍କ ତ୍ରୁଟି। ପୁଣିଥରେ ମୁଁ କହୁଛି ଡିବେଟ ପାଇଁ ମୁଁ ପ୍ରସ୍ଥୁତ। ମୁଖ୍ୟମନ୍ତ୍ରୀ ତାରିଖ ଓ ସମୟ ଧାର୍ଯ୍ୟ କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking