27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଶାହଙ୍କୁ କେଜ୍ରିୱାଲଙ୍କ କଡା ସମାଲୋଚନା: କହିଲେ କ’ଣ ଭାରତର ସମସ୍ତ ଲୋକ ପାକିସ୍ତାନୀ କି?

ଶାହଙ୍କୁ କେଜ୍ରିୱାଲଙ୍କ କଡା ସମାଲୋଚନା: କହିଲେ କ’ଣ ଭାରତର ସମସ୍ତ ଲୋକ ପାକିସ୍ତାନୀ କି?

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାକିସ୍ତାନ ସମ୍ପର୍କିତ ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏନଇ ପ୍ରଶ୍ନ ପଚାରି ଗୃହମନ୍ତ୍ରୀଙ୍କୁ ଘେରିଛନ୍ତି । ଗତକାଲି ଅମିତ ଶାହ ଦିଲ୍ଲୀରେ ଏକ ସଭାରେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଥିଲେ ଯେ ରାହୁଲ ଓ କେଜ୍ରିୱାଲଙ୍କ ସମର୍ଥକମାନେ ପାକିସ୍ତାନରେ ଅଛନ୍ତି । ଯାହାକୁ କାଉଣ୍ଟର କରି ଏକ ଭିଡିଓ ଜାରି କରି ଜବାବ ରଖିଛନ୍ତି କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି, “ଗତକାଲି ଅମିତ ଶାହ ଦିଲ୍ଲୀରେ ଥିଲେ ।

ତାଙ୍କ ରାଲିକୁ ୫୦୦ରୁ କମ ଲୋକ ସାମିଲ ଥିଲେ ବୋଲି ମୋତେ କୁହାଯାଇଥିଲା । ସେ ନିଜ ଭାଷଣରେ ସାଧାରଣ ଜନତାଙ୍କ ପ୍ରତି ଘୃଣାଜନକ ଭାଷାର ପ୍ରୟୋଗ କରିଛନ୍ତି । ସେ କହିଥିଲେ ଯେ ଆପ୍‌ର ସମର୍ଥକମାନେ ପାକିସ୍ତାନୀ ଅଟନ୍ତି । ମୁଁ ତାଙ୍କୁ ପଚାରିବାକୁ ଚାହେଁ କି ୫୬ ପ୍ରତିଶତ ଦିଲ୍ଲୀ ଭୋଟର ଆମକୁ ନିର୍ବାଚିତ କରିଛନ୍ତି । କଣ ସେମାନେ ମଧ୍ୟ ପାକିସ୍ତାନୀ ? ପଞ୍ଜାବରେ ମଧ୍ୟ ଲୋକ ଆମକୁ ଭୋଟ ଦେଲେ କଣ ସେମାନେ ମଧ୍ୟ ପାକିସ୍ତାନୀ କି ? ଆମେ ଗୁଜୁରାଟରେ ମଧ୍ୟ ୧୪ପ୍ରତିଶତ ଭୋଟ ପାଇଲୁ । କଣ ଗୁଜୁରାଟୀ ମଧ୍ୟ ପାକିସ୍ତାନୀ ? ” କଣ ଭାରତର ସମସ୍ତ ଲୋକ ପାକିସ୍ତାନୀ କି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ । ଏହା ସହ ସେ କହିଛନ୍ତି, “ଶାହ ନିଜର ଅହଙ୍କାରର ପ୍ରଦର୍ଶନ କରୁଛନ୍ତି, କାରଣ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ ବାଛି ସାରିଛନ୍ତି । ଆପଣ ଏ ଯାଏଁ ପ୍ରଧାନମନ୍ତ୍ରୀ ହୋଇନାହାଁନ୍ତି ଓ ଆପଣ ଏବେଠାରୁ ନିଜର ଅହଙ୍କାର ଦେଖାଉଛନ୍ତି ।

ଆପଣ ଜାଣି ରଖିବା ଉଚିତ ଯେ ଆପଣ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ କାରଣ ଜୁନ ୪ ତାରିଖରେ ଲୋକ ବିଜେପି ସରକାରକୁ ସମର୍ଥନ କରୁନାହାନ୍ତି । ବିଜେପି ଯାଉଛି । ତେଣୁ ନିଜର ଅହଙ୍କାରକୁ କମ କରନ୍ତୁ ଏବଂ ଲୋକଙ୍କୁ ଗାଳିଗୁଲଜ କରନ୍ତୁ ନାହିଁ । ସେହିଭଳି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି କେଜ୍ରିୱାଲ କହିଛନ୍ତି, ଯୋଗୀଜୀ କାହିଁକି ଆପଣ ଆମକୁ ଗାଳି ଦେଉଛନ୍ତି । ଆପଣଙ୍କର ଅସଲ ଶତ୍ରୁ ଆପଣଙ୍କର ପାର୍ଟିରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିତାଡିତ କରିବା ପାଇଁ ଯୋଜନା କରିଛନ୍ତି । ଆପଣ ସେମାନଙ୍କ କଥା ଆଗ ବୁଝନ୍ତୁ । ଜୁନ ୪ରେ ଇଣ୍‌ତିଆ ମେଣ୍ଟ ବିଜୟୀ ହେବ । ଯଦି ଦେଶକୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଇଣ୍‌ତିଆ ମେଣ୍ଟକୁ ଜିତିବାରେ ସାହାଯ୍ୟ କରନ୍ତୁ ବୋଲି ଭିଡିଓର ଶେଷରେ କେଜ୍ରିୱାଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking