29.1 C
Bhubaneswar
Wednesday, May 22, 2024
Homeଓଡିଶା୮୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

୮୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର: ୮୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳର ରାଜେଶ କୁମାର ନାୟକ ଓରଫ ରାଜୁ(୩୪) । ସୂଚନା ଯୋଗ୍ୟ ଯେ, ଗତ କିଛି ବର୍ଷ ପୂର୍ବେ ଅଭିଯୋଗକାରୀ ରଶ୍ମୀରଞ୍ଜନ ଧଳ ଜଣେ ମ୍ୟୁଚୁଆଲ ଫଣ୍ଡ ଏକ୍ଷପାର୍ଟଙ୍କ ନିକଟକୁ ଯାଇଥିଲେ । ସେଠାରେ ଗିରଫ ରାଜୁ ସହ ତାଙ୍କର ସାକ୍ଷାତ ହୋଇଥିଲା । ଗିରଫ ରାଜୁଙ୍କ ସରକାରୀ କାର୍ଯ୍ୟାଳୟରେ ଭଳ ପରିଚୟ ଥିବା ରଶ୍ମୀରଞ୍ଜନଙ୍କୁ କହିଥିଲେ । ଏବଂ ତାଙ୍କ ପାଖରେ ଟଙ୍କା ଇନଭେଷ୍ଟ କଲେ ଭଲ ଇଣ୍ଟରେଷ୍ଟ ପାଇବେ ବୋଲି ପ୍ରତିଶୃତି ଦେଇଥିଲେ । ସେଠାରେ ରଶ୍ମୀରଞ୍ଜନ ରାଜୁ କଥାବାର୍ତ୍ତା ହେଲା ପରେ ଅଭିଯୁକ୍ତ ରାଜୁ ଅଭିଯୋଗକାରୀ ରଶ୍ମୀରଞ୍ଜନଙ୍କୁ ନେଇ ଅନ୍ୟ ଜଣେ ଅଭିଯୁକ୍ତ ରାକେଶଙ୍କ ସହିତ ସାକ୍ଷାତ କରାଇବା ସହିତ ସେ ଜଣେ ଅନଲାଇନ ଟ୍ରେଡିଙ୍ଗ ଏକ୍ସପର୍ଟ ବୋଲି ପରିଚିତ କରାଇଥିଲେ । ଉଭୟ ଅଭିଯୁକ୍ତଙ୍କ ସହିତ କଥା ହେବା ପରେ ଅଭିଯୋଗକାରୀ ଜଣକ ଜଣକ ପ୍ରଥମେ ୧୫ ଲକ୍ଷ ଟଙ୍କା ଦେଇଥିଲେ । ଏହା ପରେ ଉଭୟ ଅଭିଯୁକ୍ତ ଅଭିଯୋଗକାରୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ଲାଗି ତାଙ୍କୁ ମାସ ଶେଷରେ ୪ ଲକ୍ଷ ଟଙ୍କା ଇଣ୍ଟରେଷ୍ଟ ଦେଇଥିଲେ । ଏହା ଦେଖି ଅଭିଯୋଗକାରୀଙ୍କ ମନରେ ସେମାନଙ୍କ ପ୍ରତି ବିଶ୍ୱାସ ଆସିବା ପରେ ସେ ପୁଣି ସେମାନଙ୍କୁ ୨୮ ଲକ୍ଷ ଟଙ୍କା ଅନଲାଇନ ଜରିଆରେ, ୧୫ ଲକ୍ଷ ଟଙ୍କା ନିଜର ଜଣେ ବନ୍ଧୁଙ୍କର ମାଙ୍କ ଆକାଉଣ୍ଟରୁ ଏବଂ ୩୮ ଲକ୍ଷ ଟଙ୍କା ନଗଦ ଆକାରରେ ଦେଇଥିଲେ । ଏହିପରି ଭାବେ ଉଭୟ ଅଭିଯୁକ୍ତ ଅଭିଯୋଗକାରୀଙ୍କ ନିକଟରୁ ମୋଟ ୮୧ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ସେହି ଟଙ୍କା ପାଇଲା ପରେ ଉକ୍ତ ଅଭିଯୁକ୍ତମାନେ ଆଉ ଅଭିଯୋଗକାରୀଙ୍କ ସହ ଯୋଗାଯୋଗ କରିନଥିଲେ । ଏହା ପରେ ବହୁ କଷ୍ଟାରେ ଯୋଗାଯୋଗ ହେବାପରେ ମାତ୍ର ୧୪,୯୩,୬୩୦ ଟଙ୍କା ଫେରସ୍ତ ଦେଇଥିଲେ ଏବଂ ବାକି ଟଙ୍କା ଫେରସ୍ତ ଲାଗି ଏକ ଚେକ ଦେଇଥିଲେ । ହେଲେ ଯେଉଁ ଆକାଉଣ୍ଟର ଚେକ ଦେଇଥିଲେ ସେଥିରେ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ତାହା ବାଉନ୍ସ ହେଇଯାଇଥିଲା । ଟଙ୍କା ଫେରସ୍ତ ଲାଗି ଉଭୟ ଅଭିଯୁକ୍ତ ଦିନ ପରେ ଦିନ ଗଡାଇବା ଦେଖି ଅଭିଯୋଗକାରୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏନେଇ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ କରିବା ଆଜି ଅଭିଯୁକ୍ତ ରାଜୁଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିବାରୁ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking