35.1 C
Bhubaneswar
Tuesday, May 21, 2024
Homeଓଡିଶାନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ୨୦ ବର୍ଷ ସଜା

ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ୨୦ ବର୍ଷ ସଜା

ଭୁବନେଶ୍ୱର: ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ରମଜାନ ଖାନଙ୍କୁ ୨୦ ବର୍ଷ ସଜା ଶୁଣାଇଛି କୋର୍ଟ । ଆଜି ଭୁବନେଶ୍ୱର ଆଡିସନାଲ ସେସନ୍ସ ଜଜ, ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ପୋକସୋ)ର ବିଚାରପତି ଏସ୍ କେ ସାହୁ, ଗତ ୨୦୧୮ ମସିହାରେ ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ନାବାଳିକା ଦୁଷ୍କର୍ମ ଘଟିଥିବା ମାମଲାର ବିଚାର କରି ଅଭିଯୁକ୍ତ ରମଜାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହି ୧୦,୦୦୦ଟଙ୍କା ଜୋରିମନା ଆଦେଶ ଶୁଣାଇଛନ୍ତି । ଜୋରିମନା ନଦେଲେ ଅଧିକ ୨ ମାସ କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି ।
ଅଭିଯୋଗକାରିଣୀ ଜଣକ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀ ଅଞ୍ଚଳରେ ରୁହନ୍ତି ।୨୦୧୮ ମସିହା ଅକ୍ଟୋବର ୬ ତାରିଖ ସକାଳ ୬.୪୫ ସମୟରେ ତାଙ୍କର ଏକ ନାବାଳିକା କନ୍ୟା ସ୍କୁଲକୁ ଯିବା ଲାଗି ଘର ସମୁଖସ୍ଥ ମୁଖ୍ୟ ଗେଟ ନିକଟରେ ଅଟୋକୁ ଅପେକ୍ଷା କରିଥିବା ବେଳେ ବୁଲିବୁଲି ଖେଳଣା ବିକ୍ରି କରୁଥିବା ରମଜାନ ସେଠାରେ ପହଞ୍ଚି ଝିଅଟିକୁ ଖେଳଣା କିଣିବା ଲାଗି କହିଥିଲେ । ପୀଡ଼ିତା ଜଣକ ଖେଳଣା କିଣିବା ଲାଗି ମନା କରିବା ପରେ, ନିକଟରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ରମଜାନ ଖାନ ପୀଡିତାଙ୍କ ପାଟିକୁ ହାତରେ ଚାପି ଧରି ତାଙ୍କ ସେଠାରୁ ଏକ ନିର୍ଜନ ସ୍ଥାନକୁ ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଏହି ସମୟରେ ସେହି ପାଖରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହା ଦେଖିପାରି ତୁରନ୍ତ ଘଟଣା ସ୍ଥଳକୁ ଦୌଡିଯାଇ ଅଭିଯୁକ୍ତଙ୍କ କବଳରୁ ପିଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୋଗକାରିଣୀଙ୍କୁ ସମସ୍ତ ଘଟଣା କହିଥିଲେ । ଅଭିଯୋଗକାରିଣୀ ଏନେଇ ତୁରନ୍ତ ପିସିଆରକୁ ଫୋନ କରି ସୂଚନା ଦେଇଥିବା ବେଳେ ପରେ ସେ ଏନେଇ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏତାଲା ଆଧାରରେ ଖଣ୍ଡଗିରି ଥାନା ପୁଲିସ ପୋକସୋ ଆକ୍ଟରେ ଏକ ମାମଲା ରୁଜୁ କରି ଉକ୍ତ ମାମଲାର ପ୍ରାଥମିକ ତଦନ୍ତ ଏସଆଇ ସୁଜାତା ବେହେରା ଆରମ୍ଭ କରିଥିଲେ । ତଦନ୍ତ କରି ଅଭିଯୁକ୍ତ ରମଜାନ ଖାନଙ୍କୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking