29.1 C
Bhubaneswar
Wednesday, May 22, 2024
Homeଓଡିଶାସ୍ତ୍ରୀଙ୍କୁ ମାଡ଼ ମାରି ସ୍ୱାମୀ ଗିରଫ

ସ୍ତ୍ରୀଙ୍କୁ ମାଡ଼ ମାରି ସ୍ୱାମୀ ଗିରଫ

ଭୁବନେଶ୍ୱର: ନିଜ ବିବାହିତା ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହ ମୋଟରସାଇକେଲ ଯାଉଥିବାରୁ ଦେଖି ରାଗିଗଲେ ସ୍ୱାମୀ । ସେହି ବାଇକିକୁ ପଛପଟୁ ଧକ୍କା ଦେଇ ଘଟଣାସ୍ଥଳରେ ସ୍ତ୍ରୀକୁ ସେଠାରେ ଆକ୍ରମଣ କରିବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ବିଡିଏ କଲୋନୀ ଅଞ୍ଚଳରେ ରୁହନ୍ତି । ସେ ଗିରଫ ସିଦ୍ଧାର୍ଥକୁ ଗତ ୨୦୧୬ ମସିହାରୁ ଭଲପାଇ ଆସୁଥିବା ବେଳେ, ୨୦୨୩ ମସିହାରେ ପରିବାରର ସହମତି କ୍ରମେ ଉଭୟ ବିବାହ କରିଥିଲେ । ହେଲେ ବିବାହ ପରେ ସିଦ୍ଧାର୍ଥଙ୍କ ପରିବାର ସଦସ୍ୟ ଅଧିକ ଯୌତୁକ ଦାବୀ କରି ଅଭିଯୋଗକାରିଣୀଙ୍କୁ ନିୟମିତ ଭାବେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ନିର୍ଯ୍ୟାତନା ଅସହ୍ୟ ହେବାରୁ ସେ ନିଜ ବାପ ଘରକୁ ଚାଲି ଯାଇଥିଲେ । ହେଲେ ଗତ ୨୫ ତାରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ଜଣକ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ବୁଲେଟ ମୋଟରସାଇକେଲ ଯୋଗେ ଯାଉଥିବାର ଦେଖିଲେ ସ୍ୱାମୀ ସିଦ୍ଧାର୍ଥ । ଏହା ଦେଖି ରାଗିଯାଇ ଇନଫୋସିଟି ଛକ ନିକଟସ୍ଥ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ଅଭିଯୁକ୍ତ ଜଣକ ପଛ ପାଖରୁ ଏକ ସ୍କୁଟିରେ ଆସି ସେମାନଙ୍କ ଗାଡ଼ିକୁ ଖୁବ ଜୋରସେ ଧକା ଦେଇଥିଲେ । ଫଳରେ ଉଭୟ ତଳେ ପଡିଯିବା ପରେ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ସେଠାରେ ମାଡ଼ ମାରିବା ସହିତ ତାଙ୍କ ବେକ ଚିପି ଜୀବନରୁ ମାରିଦେବା ପାଇଁ ଉଦ୍ୟାମ କରିଥିଲେ । ହେଲେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ତାଙ୍କୁ ସେଠାରୁ ଛାଡିକି ଯାଇଥିଲେ । ଏନେଇ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିବା ପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking