31.1 C
Bhubaneswar
Monday, May 6, 2024
Homeଓଡିଶାପଦ୍ମପୁର ଜିଲ୍ଲା ହୋଇଥିଲେ, ମୁଁ ଆଗ ଇସ୍ତଫା ଦେଇଥାନ୍ତି : ମନ୍ତ୍ରୀ ଟୁକୁନି ସାହୁ

ପଦ୍ମପୁର ଜିଲ୍ଲା ହୋଇଥିଲେ, ମୁଁ ଆଗ ଇସ୍ତଫା ଦେଇଥାନ୍ତି : ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ କାହିଁକି ହୋଇପାରିଲାନି ପଦ୍ମପୁର ଜିଲ୍ଲା । ପଦ୍ମପୁର ଜିଲ୍ଲା ଘୋଷଣା ନହେବା ନେଇ ଆସିଲା ସାଂଘାତିକ ସତ । ସଭାମଞ୍ଚରେ ସତକଥା ଓଗାଳିଲେ ମନ୍ତ୍ରୀ ଟୁକୁନି ସାହୁ । ଟିଟିଲାଗଡରେ ବରିଷ୍ଠ ନାଗରିକ ସଂବର୍ଦ୍ଧନାରେ ଟୁକୁନିଙ୍କ ବଡ ମନ୍ତବ୍ୟ । ପଦ୍ମପୁର ଜିଲ୍ଲା ହୋଇଥିଲେ, ସେ ଆଗ ଇସ୍ତଫା ଦେଇଥାନ୍ତେ କହିଲେ । ଯିଏ କହୁଛନ୍ତି ଟୁକୁନି ସାହୁ ଜିଲ୍ଲା କରିପାରିଲେନି, ତାଙ୍କୁ ମୋର ଉତ୍ତର । ଜିଲ୍ଲା ଯଦି ଓଡିଶାରେ ହୋଇଥାନ୍ତା ମୁଁ ପ୍ରଥମେ ଇସ୍ତଫା ଦେଇଥାନ୍ତି । ଯଦି ପଦ୍ମପୁର ଜିଲ୍ଲା ହେବ, ଟିଟିଲାଗଡ ହେବନି, ମୁଁ ଇସ୍ତଫା ଦେଇଥାନ୍ତି । ସିଧା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୋ ଇସ୍ତଫା ପତ୍ର ଦେଇଥାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ସେଭଳି କରିବାକୁ ଦେଲେନି ବୋଲି କହିଲେ ଟୁକୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking