32.1 C
Bhubaneswar
Sunday, May 19, 2024
Homeଓଡିଶାଜିନ୍ଦଲ ଯାଜପୁର କୁ ଆପେକ୍ସ ଇଣ୍ଡିଆ ଏକ୍ସେଲେନ୍ସି ର ପ୍ଲାଟିନମ୍ ପୁରସ୍କାର ସମ୍ମାନ

ଜିନ୍ଦଲ ଯାଜପୁର କୁ ଆପେକ୍ସ ଇଣ୍ଡିଆ ଏକ୍ସେଲେନ୍ସି ର ପ୍ଲାଟିନମ୍ ପୁରସ୍କାର ସମ୍ମାନ

ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗର ସ୍ଥିତ ଜିନ୍ଦଲ ଷ୍ଟିଲ୍ କୁ ୨୦୨୩ ବର୍ଷ ପାଇଁ ଆପେକ୍ସ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ପ୍ଲାଟିନମ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗତ ତା ୦୪.୦୫.୨୦୨୪ ରିଖରେ ଆପେକ୍ସ ଇଣ୍ଡିଆ ଫାଉଣ୍ଡେସନ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ହୋଟେଲ ଶାଙ୍ଗରୀ ଲା ଏରୋସ ରେ ୮ମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଫେନ୍ସ ଏକ୍ସପର୍ଟ ଅଫ୍ ଇଣ୍ଡିଆ, ଶ୍ରୀଯୁକ୍ତ ପି. କେ ସିଂହଲ (ମେଜର ଜେନରାଲ ଇଣ୍ଡିଆନ ଆର୍ମି ), ଡଃ ଅବନେଶ ସିଂ, ମହାନିର୍ଦ୍ଦେଶକ, କାରଖାନା ପରାମର୍ଶ ସେବା ଏବଂ ଶ୍ରମ ପ୍ରତିଷ୍ଠାନଗୁଡ଼ିକର ନିର୍ଦ୍ଦେଶାଳୟ ଜେନେରାଲ୍, ଭାରତ ସରକାର ଏବଂ ଆପେକ୍ସ ଇଣ୍ଡିଆ ଫାଉଣ୍ଡେସନର ଫାଉଣ୍ଡର ଶ୍ରୀ କୁଳଦୀପ ସିଂହଙ୍କ ଦ୍ଵାରା ଜିନ୍ଦଲ ଷ୍ଟେନଲେସ ଯାଜପୁରକୁ ମେଟାଲ୍ ଏବଂ ମାଇନିଂ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ଆପେକ୍ସ ଇଣ୍ଡିଆ ଏକ୍ସେଲେନ୍ସିର ପ୍ଲାଟିନମ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜିନ୍ଦଲ ଷ୍ଟେନଲେସ ଯାଜପୁରର ସୁରକ୍ଷା ବିଭାଗ ଗତ 3 ବର୍ଷ ଧରି ଶୂନ୍ୟ ଦୁର୍ଘଟଣା ସହ ଉତ୍ତମ ସୁରକ୍ଷା ମାନଦଣ୍ଡ ପାଳନ କରିଆସୁଥିବାରୁ ଗତ ବର୍ଷ ପାଇଁ ଜିନ୍ଦଲକୁ ପ୍ରାୟ ସର୍ବମୋଟ ୧୦ ଗୋଟି ସୁରକ୍ଷା ସମ୍ମାନରେ ସମ୍ମାନିତ କରାଯାଇଥିଲା। ତନ୍ମଧ୍ୟରୁ ଆନ୍ତର୍ଜାତୀୟ ବ୍ରିଟିଶ ସୁରକ୍ଷା ପରିଷଦ ପୁରସ୍କାର, କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ପୁରସ୍କାର ସହ ରାଜ୍ୟର ସର୍ବଶ୍ରେଷ୍ଠ କଳିଙ୍ଗ ନିରାପତ୍ତା ଉତ୍କର୍ଷ ପୁରସ୍କାର ଅନ୍ତର୍ଭୁକ୍ତ ଅଟେ । ଗତବର୍ଷ ପାଇଁ ଜିନ୍ଦଲ ଷ୍ଟେନଲେସ ଯାଜପୁରକୁ ଉପରୋକ୍ତ ୧୦ ଗୋଟି ଶ୍ରେଷ୍ଠ ସୁରକ୍ଷା ସମ୍ମାନ ମିଳିଥିବାରୁ ଜିନ୍ଦଲ ଷ୍ଟେନଲେସ ସୁରକ୍ଷା ବିଭାଗର ମୁଖ୍ୟ ଶ୍ରୀ ମନୋଜ କୁମାର ବଳ କାରଖାନାର ସମସ୍ତ କର୍ମଚାରୀ ମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking