27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସାରଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କଲା ପଡ଼ୋଶୀ

ସାରଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କଲା ପଡ଼ୋଶୀ

ରାୟପୁର: ଛତିଶଗଡ଼ ବଲୌଦାବଜାର ସାରଗଡ଼ରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କଲା ପଡ଼ୋଶୀ । ଅତି ଦୟନୀୟ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଅଭିଯୁକ୍ତ ଜୀବନ ହାରିଥିବ ଅଭିଯୋଗ ହୋଇଛି । କେଉଁ ପରିସ୍ଥିତିରେ ପଡ଼ୋଶୀ ଜଣକ ଏଭଳି ନିର୍ମମ କାଣ୍ଡ ଭିଆଇଛି ସେ ସମ୍ପର୍କରେ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ସୂଚନା ଅନୁସାରେ ସଲିହା ଥାନା ଅଧିନସ୍ଥ ଥାରଗାଓଁର ୫ ଜଣଙ୍କୁ ହତ୍ୟା କରାଯାଇଛି । ଅଭିଯୁକ୍ତ ଜଣକ ଅତ୍ୟନ୍ତ ନିର୍ମମ ଭାବେ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲା । ଏହି ହତ୍ୟାକାରୀ ମୃତ ପରିବାରର ପଡ଼ୋଶୀ ବୋଲି ଜଣାପଡ଼ିଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ଅଭିଯୁକ୍ତ ପରିବାରର ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଜୀବନ ହାରିଛି । ପ୍ରାଥମିକ ସ୍ଥିତିରେ ହତ୍ୟାର କାରଣ କଣ ଜଣାପଡିନାହିଁ । ଏହି ପରିବାର ସହିତ ଅଭିଯୁକ୍ତର କୌଣସି ଶତ୍ରୁତା ଥିଲା କି କୌଣସି ବିବାଦକୁ ନେଇ ସେ ଏଭଳି ଅପରାଧ କଲା ସେ ଦିଗରେ ପୋଲିସ ତଦନ୍ତ କରୁଛି । ଏନେଇ ବଲୌଦାବଜାର ଏସସପି ଅବନାଶ ଠାକୁର କହିଛନ୍ତି, ” ସାରଗଡ଼ ବିଲାଇଗଡ଼ ଜିଲ୍ଲାର ଏହି ଘଟଣା । ପରିବାରର ୫ ସଦସ୍ୟ ଓ ହତ୍ୟାକାରୀଙ୍କ ସହିତ ମୋଟ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ପୋଲିସ ଏବେ ଏହି ଘଟଣାର ତଦନ୍ତ ଜାରି ରଖିଛି ।” ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରାଯାଇଛି । ଏହିସହିତ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ କିଛି ଦିନ ତଳେ ଉତ୍ତରପ୍ରଦେଶ ସୀତାପୁରରେ ଏଭଳି ଏକ ଘଟଣା ଘଟିଥିଲା । ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କରିଥିଲା ଯୁବକ । ସୀତାପୁର ଜିଲ୍ଲାର ରାମପୁର ମଥୁରା ଅଞ୍ଚଳରେ ଜଣେ ମଦ୍ୟପ ଯୁବକ ମା’ ପତ୍ନୀ ଏବଂ ୩ଛୁଆକୁ ହତ୍ୟା କରିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଲୋକେ ବେଶ ଭୟଭୀତ ହୋଇପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking