28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶଅମିତ୍ ଶାହଙ୍କ ଫେକ୍ ଭିଡିଓ ମାମଲା; ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସମନ

ଅମିତ୍ ଶାହଙ୍କ ଫେକ୍ ଭିଡିଓ ମାମଲା; ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସମନ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏକ ଫେକ୍ ଭିଡିଓ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହୋଇଥିଲା । ଏହି ଘଟଣାରେ ମାମଲା ରୁଜୁ ହେବା ପରେ ପରେ ଦିଲ୍ଲୀ ପୁଲିସ୍ ଆଜି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ଥ ରେଡ୍ଡୀଙ୍କୁ ସମନ କରିଛି । ଆସନ୍ତା ମେ\’ ୧ ତାରିଖରେ ତାଙ୍କୁ ପଚରାଉଚରା କରିବା ପାଇଁ ଡକାଯାଇଛି । ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନିଜ ମୋବାଇଲ୍ ଆଣି ଆସିବାକୁ ଦିଲ୍ଲୀ ପୁଲିସ୍ କହିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସହ ତେଲେଙ୍ଗାନା ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଅନ୍ୟ ୪ଜଣଙ୍କୁ ମଧ୍ୟ ଏହି ତଦନ୍ତ ପ୍ରକ୍ରିୟାରେ ଦିଲ୍ଲୀ ପୁଲିସ୍ ସାମିଲ କରିଥିବା ବେଳେ ସେମାନଙ୍କୁ ମଧ୍ୟ ଜେରା ପାଇଁ ଡକାଇଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ ଅମିତ୍ ଶାହଙ୍କ ଭାଷଣର ଏକ ଫେକ୍ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ପ୍ରଦେଶ କଂଗ୍ରେସର ଅଫିସିଆଲ ସୋସିଆଲ ମିଡିଆ ଏକ୍ସ’ ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରାଯାଇଥିଲା । ପରେ ପରେ ତେଲେଙ୍ଗାନାରେ ସମସ୍ତ ରାଜନୈତିକ ଦଳ ଏବଂ ରାଜନେତାମାନେ ନିଜ ନିଜ ସୋସିଆଲ ମିଡିଆ ଯୋଗେ ଏହି ଭିଡିଓକୁ ବିପୁଳ ସଂଖ୍ୟାରେ ରିପୋଷ୍ଟ ତଥା ସେୟାର କରିବା ଦେଖିବାକୁ ମିଳିଥିଲା । ଭିଡିଓଟିରେ ଶାହ କିଛି କହୁଥିବାର ଦେଖିବାକୁ ତଥା ଶୁଣିବାକୁ ମିଳିଥିଲା । ଭିଡିଓରେ ଶାହ ଏପରି କହୁଥିବାର ନଜର ଆସୁଛନ୍ତି ଯେ, ଯଦି ଭାରତୀୟ ଜନତା ପାର୍ଟି (ବିଜେପି) ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରେ, ତେବେ ଅସାମ୍ବିଧାନିକ ଏସ୍‌ସି, ଏସ୍‌ଟି ଓ ଓବିସି ସଂରକ୍ଷଣକୁ ସମାପ୍ତ କରିଦିଆଯିବ । ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ପକ୍ଷରୁ ଏହା ଏକ ଫେକ୍ ଭିଡିଓ ବୋଲି ସ୍ପଷ୍ଟ କରାଯିବା ସହ ଶାହଙ୍କ ଏପ୍ରକାର ଫେକ୍ ଭିଡିଓ, ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ନିର୍ଦ୍ଦେଶରେ ତିଆରି କରାଯାଇଥିବା ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷେ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ଫେକ୍ ଭିଡିଓ ଆଧାରରେ ବିଜେପି, ଦେଶରେ ଏକ ଖରାପ ପରମ୍ପରା ସୃଷ୍ଟି କରିବାକୁ ଏବଂ ସାମ୍ବିଧାନିକ ଅଧିକାରକୁ ସମାପ୍ତ କରିଦେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରାଯାଇଥିଲା ।
ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବିୟ ଅଭିଯୋଗ କରିଥିଲେ ଯେ, ତେଲଙ୍ଗାନା କଂଗ୍ରେସର ଆଇଟି ଟିମ୍ ଅମିତ୍ ଶାହଙ୍କ ଭାଷଣକୁ ବିକୃତ କରି ଏହାର ଫେକ୍ ଭିଡିଓ ତିଆରି କରି ଭାଇରାଲ କରୁଛନ୍ତି । ଶାହ ତଥା ବିଜେପିର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ କଂଗ୍ରେସ ଏପ୍ରକାର ହୀନ ଚକ୍ରାନ୍ତ କରିଛି । ଏହା ସମ୍ପୂର୍ଣ୍ଣରୂପେ ବେଆଇନ୍ ଏବଂ ଏପ୍ରକାର ଘଟଣା ପାଇଁ ରାଜ୍ୟରେ ହିଂସାଜନକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । ନିର୍ବାଚନ ଆୟୋଗଙ୍କୁ ଏସମ୍ପର୍କରେ ସୂଚୀତ କରାଯାଇଥିବା ନେଇ ମଧ୍ୟ ମାଲବିୟ ସୂଚନା ଦେଇଥିଲେ । ପ୍ରକାଶ, ବିଜେପି ଓ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ୍ ଆଇପିସି ଧାରା ୧୫୩, ୧୫୩ (ଏ), ୪୬୫, ୪୬୯, ୧୭୧ଜି ଏବଂ ଆଇଟି ନିୟମ ଧାରା ୬୬ (ସି) ଅନ୍ତର୍ଗତ ଏଫ୍‌ଆଇଆର ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking