ପଦ୍ମପୁର : ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରିଛି ପଦ୍ମପୁର ପୋଲିସ। ଏହି ମାମଲାରେ ଜଡିତ ଥିବା ୪ଜଣ ଅଭିଯୁକ୍ତ ମଧ୍ୟ ଗିରଫ କରିଛି ପୋଲିସ।ତେବେ ଆଗକୁ ନିର୍ବାଚନ ଥିବାବେଳେ ଆହୁରୀ କଡା ଯାଞ୍ଚ ଜାରି ରଖିଛି ପଦ୍ମପୁର ପୋଲିସ। ଗତକାଲି ପୋଲିସ୍ ପେଟ୍ରୋଲିଙ୍ଗ ସମୟରେ ବିପୁଳ ମାତ୍ରାରେ ନିଶା ସାମଗ୍ରୀ ଜବତ କରିଥିଲା। ୧୪୦୦ ନିଶା ଇଞ୍ଜେକ୍ସନ, ୧୦୦୦ ଖଣ୍ଡ ନିଶା ବଟିକା, ୫୨ ଗୋଟି କଫସିରଫ ଜବତ କରିଛି। ତେବେ ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରା ବେଳେ ଆଉ ପ୍ରମୁଖ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ପୋଲିସ୍। ତେବେ ଏଇ ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।