26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପୁଣି ଥରେ ଡାଉନ ହେଲା ‘ଏକ୍ସ’, ସମସ୍ୟାରେ ୟୁଜର୍ସ

ପୁଣି ଥରେ ଡାଉନ ହେଲା ‘ଏକ୍ସ’, ସମସ୍ୟାରେ ୟୁଜର୍ସ

ନୂଆଦିଲ୍ଲୀ : ଏଲନ୍ ମସ୍କ ଟ୍ୱିଟର ଅର୍ଥାତ୍ ଏକ୍ସ କିଣିବା ପରଠାରୁ ତାଙ୍କ ଦିନ ଭଲ ଚାଲିନାହିଁ। ପୂର୍ବରୁ ଏହାର ବଜାର ମୂଲ୍ୟ ହ୍ରାସ ପାଇବାରେ ଲାଗିଥିଲା ଏବଂ ଏବେ ବିଗତ କିଛି ଦିନ ଧରି ଏହା ନିୟମିତଭାବେ ଡାଉନ ହେବାରେ ଲାଗିଛି । ଯେଉଁଥିପାଇଁ ୟୁଜର୍ସ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏକ୍ସ ଡାଉନ ଥିବା କାରଣରୁ ଅନେକ ୟୁଜର ନିଜର ପୋଷ୍ଟ ଲେଖିବା କରିବା ଏବଂ ପୋଷ୍ଟ ପଢିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି କେଉଁ କାରଣରୁ ଏକ୍ସ ଡାଉନ ରହିଛି ସେ ସଂପର୍କରେ କୌଣସି ବୟାନ କମ୍ପାନି ପକ୍ଷରୁ ଆସିନାହିଁ । ତେବେ ଏସଂପର୍କରେ ଡାଉନ ଡିଟେକ୍ଟରର ରିପୋର୍ଟ ସାମନାକୁ ଆସିଛି । ରିପୋର୍ଟ ଅନୁସାରେ ୫୫ ପ୍ରତିଶତ ଲୋକ ଲାପଟପ୍ ଓ ଡେସ୍କଟପ୍ ରେ ଏକ୍ସ ଖୋଲିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ୨୯ ପ୍ରତିଶତ ୟୁଜର୍ସ ସର୍ଭରକୁ ସଂଯୋଗ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାବ୍ୟତୀତ ପ୍ରାୟ ୧୭ ପ୍ରତିଶତ ୟୁଜର୍ସ ଆପ୍ ରେ ଏକ୍ସ ଖୋଲିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ, ସ୍ମାର୍ଟଫୋନରେ ଏକ୍ସ ବ୍ୟବହାର କରୁଥିବା ୟୁଜର୍ସଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ । ଏହି ସମସ୍ତ ଉପଭୋକ୍ତା ମାନେ ସହଜରେ ନିଜର ଟାଇମଲାଇନ, ଏକ୍ସ ପୋଷ୍ଟ ଏବଂ ଟ୍ରେଣ୍ଡିଂ ବିଷୟ ଦେଖିପାରିବେ । ଏଣୁ ଯଦି ଆପଣ ସ୍ମାର୍ଟଫୋନ କିମ୍ବା ଟ୍ୟାବଲେଟରେ ଏକ୍ସ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ବର୍ତ୍ତମାନ ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking