30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶନିଜ୍ଜାର ହତ୍ୟା ମାମଲାରେ ତିନି ଭାରତୀୟ ଗିରଫ ହେବା ଉପରେ ପ୍ରତିକ୍ରିୟା ରଖିଲେ ଜୟଶଙ୍କର

ନିଜ୍ଜାର ହତ୍ୟା ମାମଲାରେ ତିନି ଭାରତୀୟ ଗିରଫ ହେବା ଉପରେ ପ୍ରତିକ୍ରିୟା ରଖିଲେ ଜୟଶଙ୍କର

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ କାନାଡା ପୁଲିସ ତିନି ଜଣ ଭାରତୀୟଙ୍କୁ ଗିରଫ କରିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତ, କାନାଡା ପୁଲିସ ତିନି ଅଭିଯୁକ୍ତଙ୍କ ବାବଦରେ କି ସୂଚନା ଦେଉଛି ତାକୁ ଆମେ ଅପେକ୍ଷା କରିଛୁ।
ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ପୁଲିସ ଯେଉଁ ତିନି ଜଣ ଭାରତୀୟଙ୍କୁ ଗିରଫ କରିଛି ସେମାନେ ସନ୍ଦିଗ୍ଧ ଏବଂ ସେମାନେ କୌଣସି ଗ୍ୟାଙ୍ଗ ସହ ଜଡିତ ଥିବା ଖବରରୁ ଶୁଣିବାକୁ ପାଇଛି। କିନ୍ତୁ ଏ ଉପରେ କାନାଡା ପୁଲିସ କଣ କହୁଛି, ତାକୁ ଆମେ ଅପେକ୍ଷା କରିଛୁ। କାନାଡା ପୁଲିସ ନିଜ୍ଜାର ହତ୍ୟା ମାମଲାରେ ତିନି ଜଣ ଭାରତୀୟଙ୍କୁ ଗିରଫ କରିବା ପରେ ପୂର୍ବ ବିବାଦ ପୁଣି ଥରେ ଘନେଇଛି। କାରଣ ନିଜ୍ଜାର ହତ୍ୟାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବାରମ୍ବାର ଭାରତକୁ ଦାୟୀ କରି ଆସୁଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଭାରତର ହାତ ଥିବା ସେ ଅଭିଯୋଗ କରୁଛନ୍ତି। କିନ୍ତୁ ଭାରତ ସରକାର ଏହି ଅଭିଯୋଗକୁ ସିଧାସିଧା ଖଣ୍ଡନ କରିଛନ୍ତି। ଏହା ସତ୍ତ୍ୱେ କାନାଡା ଅଭିଯୋଗ ଲଗାଇବା ପରେ ଦୁଇ ଦେଶ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ବର୍ତ୍ତମାନ କାନାଡା ତିନି ଜଣ ଭାରତୀୟଙ୍କୁ ଗିରଫ କରିବା ପରେ ଆଗକୁ ମାମଲା କେଉଁ ମୋଡ଼ ନେଉଛି, ତା’ ଉପରେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking