32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶମସଲାରେ ମିଶୁଛି ପୋଷାକ ରଙ୍ଗ : ବିଦେଶରେ ଭାରତୀୟ ମସଲାକୁ ନେଇ ବିବାଦ

ମସଲାରେ ମିଶୁଛି ପୋଷାକ ରଙ୍ଗ : ବିଦେଶରେ ଭାରତୀୟ ମସଲାକୁ ନେଇ ବିବାଦ

ନୂଆଦିଲ୍ଲୀ: ବିଦେଶରେ ଭାରତୀୟ ମସଲାକୁ ନେଇ ବିବାଦ ଦେଖାଦେଇଛି। ଭାରତର କେତୋଟି ପ୍ରମୁଖ କମ୍ପାନିର ମସଲାରେ ଏଥିଲିନ୍ ଅକ୍ସାଇଡ ନାମକ ରାସାୟନିକ ପଦାର୍ଥ ମିଶିଥିବା ଅଭିଯୋଗ ଆସିବା ପରେ ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଏଭଳି ସ୍ଥିତିରେ ଦେଶ ଭିତରେ ମସଲାକୁ ନେଇ ହେଉଥିବା ବଡ଼ କାରନ‌ାମା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ମୋଦୀନଗରରେ ଏକ ମସଲା ମିଲ୍‌ରେ ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ପୋଷାକ ରଙ୍ଗ ମିଶାଯାଉଥିବା ଧରାପଡ଼ିଛି। ମସଲାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏମିତି କରାଯାଉଥିବା କୁହାଯାଉଛି। ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନଙ୍କ କହିବାନୁଯାୟୀ, ଏକାଧିକ ପ୍ୟାକେଟ୍‌ ସିନ୍ଥେଟିକ ରଙ୍ଗ ଜବତ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେହି ରଙ୍ଗ ପ୍ୟାକେଟ୍‌ରେ ‌‘କେବଳ ଶିଳ୍ପ ବ୍ୟବହାର ପାଇଁ ଉଦ୍ଦିଷ୍ଟ’ ଏବଂ ‘ବିଷାକ୍ତ’ ବୋଲି ଲେଖାଯାଇଛି। ଗୁରୁବାର ଚଢ଼ଉ ସମୟରେ ମୋଟ ସାଢ଼େ ୩ କ୍ବିଣ୍ଟାଲ ମସଲା ଜବତ ହୋଇଛି। ହଳଦୀ ପାଉଡର କିଗ୍ରା ପିଛା ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଲଙ୍କାଗୁଣ୍ଡ ୪୦୦ ଟଙ୍କାରେ ବିକ୍ରି ହେଉଛି। ଅନ୍ନପୂର୍ଣ୍ଣା ଫ୍ଲୋର ମିଲ୍‌ ପରିସରରୁ ପ୍ରାୟ ୨୦୦ କେଜିର ହଳଦୀ ଏବଂ ୧୫୦ କେଜିର ନାଲି ଲଙ୍କା ଗୁଣ୍ଡ ଜବତ ହୋଇଛି । ସେସବୁ ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ସତର୍କତା ଉଲ୍ଲେଖ କରାଯାଇଛି। ଅଧିକାରୀଙ୍କ କହିବାନୁଯାୟୀ, ରାସ୍ତାକଡ଼ ଭୋଜନାଳୟ ଏବଂ ରେସ୍ତୋରାଁରେ ଚଢ଼ଉ କରାଯିବ। ସେମାନେ କିଛି ଅପମିଶ୍ରିତ ମସଲା ମିଶାଉଥିଲେ କି ନାହିଁ ତାହାର ଅନୁଧ୍ୟାନ କରାଯିବ। ସଂଗୃହୀତ ନମୁନାଗୁଡ଼ିକୁ ପରୀକ୍ଷା ପାଇଁ ଲକ୍ଷ୍ନୌକୁ ପଠାଯିବ। ଯଦି ସେଗୁଡ଼ିକ ଅପମିଶ୍ରିତ ବୋଲି ଜଣାପଡ଼େ ତାହେଲେ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡାକ୍ତରଙ୍କ କହିବାନୁଯାୟୀ, ଯଦି ଏଭଳି ଅପମିଶ୍ରଣ ହୋଇଥାଏ ତାହେଲେ ସେହି ସାମଗ୍ରୀ ବ୍ୟବହାରକାରୀଙ୍କ ସ୍ବାସ୍ଥ୍ୟ ଉପରେ ତାହା ଖରାପ ପ୍ରଭାବ ପକାଇବ। ଯକୃତ ଓ ବୃକ୍‌କକୁ ଏହା କ୍ଷତି ପହଞ୍ଚାଇବ। ଦୀର୍ଘକାଳ ବ୍ୟବହାର ଫଳରେ ଏଥିଯୋଗୁ କର୍କଟ ରୋଗ ମଧ୍ୟ ହୋଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking