30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶମହିଳା ସାଂସଦଙ୍କୁ ନିଶା ଦେଇ ଯୌନ ନିର୍ଯାତନା ଅଭିଯୋଗ

ମହିଳା ସାଂସଦଙ୍କୁ ନିଶା ଦେଇ ଯୌନ ନିର୍ଯାତନା ଅଭିଯୋଗ

ଅଷ୍ଟ୍ରେଲିଆ : ‘ନାଇଟ୍ ଆଉଟ୍ ବେଳେ ମୋତେ ନିଶା ଔଷଧ ଦିଆଯାଇଥିଲା। ଏହାପରେ ମୋତେ ଯୌନ ନିର୍ଯାତନା ଦିଆଯାଇଛି।’ ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଷ୍ଟ୍ରେଲିଆ କ୍ୱିଇନ୍ସଲ୍ୟାଣ୍ଡ ଲେବର ପାର୍ଟିର ମହିଳା ସାଂସଦ ବ୍ରିଟନି ଲାଉଗା। ତାଙ୍କର ଏଭଳି ଅଭିଯୋଗକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି ।
ଲାଉଗା ଅଭିଯୋଗ କରିଛନ୍ତି ଯେ ଗତ ସପ୍ତାହରେ ମଧ୍ୟ କୁଇନନ୍ସଲ୍ୟାଣ୍ଡ ସହର ୟେପ୍ପୁନରେ ନାଇଟ୍ ଆଉଟ୍‌ରେ ବାହାରିଥିଲେ। ଏହି ସମୟରେ ତାଙ୍କୁ ପ୍ରଥମେ ନିଶା ଔଷଧ ଦିଆଯାଇଥିଲା। ଏହାପରେ ତାଙ୍କୁ ଯୌନ ନିର‌୍ୟାତନା ଦିଆଯାଇଥିଲା। ସାଂସଦ ବ୍ରିଟନି ଲାଉଗା ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଏନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି, ଉପକୂଳବର୍ତ୍ତୀ ସହର ୟେପୁନ୍‌ରେ ଅନେକ ମହିଳାଙ୍କୁ ନିଶା ଦ୍ରବ୍ୟ ଦେଇ ତାଙ୍କୁ ଯୌନ ନିର‌୍ୟାତନା ଦେବା ସହ ମାଡ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି। ରବିବାର ସକାଳେ ନିଶା ଔଷଧ ଏବଂ ଯୌନ ନିର‌୍ୟାତନା ପରେ ସେ ୟେପ୍ପୁନ ପୁଲିସ୍ ଷ୍ଟେସନ୍ ଏବଂ ହସ୍ପିଟାଲକୁ ଯାଇଥିଲି। ହସ୍ପିଟାଲରେ ହୋଇଥିବା ପରୀକ୍ଷାରୁ ତାଙ୍କୁ ନିଶା ଔଷଧ ଦିଆ ଯାଇଥିବା ସ୍ପଷ୍ଟ ହୋଇଥିଲା। ଏହି ନିଶା ଔଷଧ ତାଙ୍କ ଉପରେ ବେଶ୍ ପ୍ରଭାବ ପକାଥିଲା। ଏଭଳି କେବଳ ତାଙ୍କ ସହ ନୁହେଁ ଅନେକ ମହିଳାଙ୍କ ସହ ହୋଇଥିଲା। ସେଥିମଧ୍ୟରୁ ଅନେକ ତାଙ୍କ ସହ ସମ୍ପର୍କ କରିଥିବା ସାଂସଦ କହିଛନ୍ତି।ଏଯାବତ୍ ପୁଲିସ ମାମଲାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking