36.1 C
Bhubaneswar
Sunday, May 19, 2024
Homeଖେଳଶକ୍ତିଶାଳୀ ହାଇଦ୍ରାବାଦ୍‌ର ବିଜୟ ଯାତ୍ରାରେ ରୋକ୍‌; ୭ ୱିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ

ଶକ୍ତିଶାଳୀ ହାଇଦ୍ରାବାଦ୍‌ର ବିଜୟ ଯାତ୍ରାରେ ରୋକ୍‌; ୭ ୱିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ), ଶକ୍ତିଶାଳୀ ସନ୍‌ରାଇଜର୍ସ ହାଇଦ୍ରାବାଦ୍ (ଏସ୍‌ଆର୍‌ଏଚ୍‌)କୁ ୭ ୱିକେଟ୍ ଅନ୍ତରାଳରେ ପରାସ୍ତ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍ ଆଜି ପୁଣିଥରେ ଚମକିଛି । ମାତ୍ର ୫୧ ବଲ୍‌ରେ ୧୦୨ ରନ୍‌ର (୬ ଛକା, ୧୨ ଚୌକା)ର ଏକ ବିଧ୍ୱଂସୀ ଇନିଂସ ଖେଳିଥିବା ସୂର୍ଯ୍ୟକୁମାର, ଦଳର ଅନ୍ୟତମ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ତିଳକ ବର୍ମା (୩୭ ରନ୍‌) ସହ ମିଶି ଦଳକୁ ବିଜୟୀ କରାଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଆଜି ରୋହିତ ଏବଂ ଇଶାନ୍ କିଶନ୍‌ଙ୍କ ଓପନିଂ ଯୋଡି ଠାରୁ ନିରାଶ ହୋଇଥିଲେ ମଧ୍ୟ ମଧ୍ୟକ୍ରମରେ ସୂର୍ଯ୍ୟକୁମାରଙ୍କ ଚୌକା, ଛକା ବର୍ଷା ପ୍ରଶଂସକଙ୍କୁ ବେଶ୍ ଖୁସି ଦେଇଥିଲା । ୧୬ ଓଭର ଶେଷ ସୁଦ୍ଧା ମୁମ୍ବାଇ ୩ ମୂଲ୍ୟବାନ ୱିକେଟ୍ ହରାଇ ୧୪୯ ରନ୍ କରିନେଇଥିବା ବେଳେ ବାକି ୪ ଓଭର ଅର୍ଥାତ୍ ବଳକା ୨୪ ବଲ୍‌ରେ ଦଳକୁ ୨୫ ରନ୍‌ର ଆବଶ୍ୟକତା ରହିଥିଲା । ତେବେ ସୂର୍ଯ୍ୟ ଏବଂ ତିଲକ ଉଭୟ ଅପରାଜିତ ରହି ମ୍ୟାଚ୍‌କୁ ନିର୍ଦ୍ଧାରିତ ଓଭରରୁ ୧୬ ବଲ୍ ବାକି ଥାଇ ଜିତାଇଦେଇଛନ୍ତି । ରୋହିତ ଶର୍ମା ୪ ରନ୍ ଏବଂ ଇଶାନ୍ କିଶନ୍ ୯ ରନ୍ କରି ପାଭିଲିୟନ୍ ଫେରିଥିଲେ । ନମନ୍ ଧୀର (୦)ରେ ଆଉଟ୍ ହେବା ମୁମ୍ବାଇକୁ ବ୍ୟାକ୍‌ଫୁୂଟ୍‌କୁ ଠେଲିଦେଇଥିଲା । କିନ୍ତୁ ଚତୁର୍ଥ ୱିକେଟ୍ ଯୋଡିରେ ସୂର୍ଯ୍ୟ ଏବଂ ତିଳକଙ୍କ ଯୋଡି ମୁମ୍ବାଇ ପାଇଁ ବେଶ୍ ଉପାଦେୟ ସାବ୍ୟସ୍ତ ହୋଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା । ଧାର୍ଯ୍ୟ ୨୦ ଓଭରରେ ସନରାଇଜର୍ସ ହାଇଦ୍ରାବାଦ୍ ୮ ୱିକେଟ ହରାଇ ୧୭୩ ରନ୍ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ସେଟ୍ କରିଥିଲା । ସନରାଇଜର୍ସ ହାଇଦ୍ରାବାଦ୍ ପକ୍ଷରୁ ଟ୍ରାଭିସ୍ ହେଡ୍ ୩୦ ବଲ୍‌ରେ ସର୍ବାଧିକ ୪୮ ରନ୍ (୧ ଛକା, ୭ ଚୌକା) କରିଥିବା ବେଳେ ଅଭିଷେକ ଶର୍ମା ୧୧ ରନ୍ କରି ପାଭିଲିୟନ୍ ଫେରିଥିଲେ । ସେହିପରି ମୟଙ୍କ ଅଗ୍ରୱାଲ୍ ୫ ରନ୍‌, ନୀତୀଶ ରେଡ୍ଡୀ ୨୦ ରନ୍‌, ହେନରିଚ୍ କ୍ଲାସନ୍ ୨ ରନ୍ , ମାର୍କୋ ଜନେସେନ୍ ୧୭ ରନ୍ , ଶାହାବାଜ ଅହମ୍ମଦ ୧୦ ରନ୍‌, ପ୍ୟାଟ୍ କମିନ୍ସ ଅପରାଜିତ ୩୫ ରନ୍ (୨ ଚୌକା, ୨ ଛକା) କରିଥିଲେ । ଅଧିନାୟକ କମିନ୍ସ ଦଳର ଏପ୍ରକାର ବ୍ୟାଟିଂ ବିପର୍ଯ୍ୟୟ ସମୟରେ ଜଣେ ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ଭଳି ଖେଳିଥିଲେ ଏବଂ ଦଳୀୟ ସ୍କୋରକୁ ୧୭୦ ପାର ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପୀୟୁଷ ଚାୱଲା ୩ଟି ଲେଖାଏ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking