33.1 C
Bhubaneswar
Tuesday, May 21, 2024
Homeଓଡିଶାବିଜେଡି ଛାଡ଼ିଲେ ଦୁଇଜଣ ପୂର୍ବତନ ବିଧାୟକ

ବିଜେଡି ଛାଡ଼ିଲେ ଦୁଇଜଣ ପୂର୍ବତନ ବିଧାୟକ

ଭୁବନେଶ୍ୱର: ବିଜେଡିର ଦୁଇଜଣ ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଓ ସୁରେନ୍ଦ୍ର ସେଠୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ ସଂଗଠନରେ ଅବହେଳା ଓ ଟିକେଟ୍ ପାଇବାରୁ ବଂଚିତ ହେବାପରେ ଏହି ଦୁଇ ପୂର୍ବତନ ବିଧାୟକ ବିଜେଡି ଛାଡ଼ିଥିବା ଜଣାପଡ଼ିଛି । ଏହି ଦୁଇ ନେତା ଆଜି ସେମାନଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହି ଦୁଇ ପୂର୍ବତନ ବିଧାୟକ ଚଳିତଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, କାକଟପୁରର ପୂର୍ବତନ ସୁରେନ୍ଦ୍ର ସେଠୀ ଆଜି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ସେଠୀ କାକଟପୁରରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଶାବାଦୀ ଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ପରେ ଫେରାଇ ନେଇଥିଲା । ତାଙ୍କ ସ୍ଥାନରେ ତୁଷାରକାନ୍ତି ବେହେରାଙ୍କୁ ଦଳ ଟିକେଟ୍ ଦେଇଥିଲା । ଚଳିତଥର ସ୍ଥାନୀୟସ୍ତରରେ ଦୃଢ଼ ବିରୋଧ ସତ୍ତ୍ୱେ ବିଜେଡି ଏଥର ପୁଣିଥରେ ତୁଷାରଙ୍କୁ ଟିକେଟ୍ ଦେଇଛି । ଶ୍ରୀ ସେଠୀ ଚଳିତ ନିର୍ବାଚନରେ କାକଟପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡ଼ିଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡି ଟିକେଟରେ ଦୁଇଥର ୨୦୦୯ ଓ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦଳକୁ ମୟୂରଭଞ୍ଜ ଜିଲ୍ଲାରେ ସୁଦୃଢ଼ କରିବା ପାଇଁ ସେ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ ଏତର ଟିକେଟରୁ ବଂଚିତ କରାଯାଇଛି । ଶ୍ରୀ ନାଏକ ଧୁଡ଼ି ଆଦିବାସୀ ସମୁଦାୟର ହୋଇଥିବାବେଳେ ଗତ ପଂଚାୟତ ନିର୍ବାଚନରେ ତାଙ୍କ ପ୍ରଚେଷ୍ଟାରେ ବିଜେଡି ଜିଲ୍ଲାରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲା । ଦଳ ଏଥର ତାଙ୍କୁ ଟିକେଟ୍ ଦେବାରୁ ବଂଚିତ କରିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking